30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବଡ ପାଟିରେ ପଢ଼ାଇବା ମହଙ୍ଗା ପଡିଲା ଅଧ୍ୟାପିକାଙ୍କୁ, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ....

ବଡ ପାଟିରେ ପଢ଼ାଇବା ମହଙ୍ଗା ପଡିଲା ଅଧ୍ୟାପିକାଙ୍କୁ, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ : ବଡ ପାଟିରେ ପାଟି କରି ପଢ଼ାଇବା ମହଙ୍ଗା ପଡିଲା ଅଧ୍ୟାପିକାଙ୍କୁ । ଚାଲିଗଲା ଚାକିରି, କୋର୍ଟରେ ପହଁଚିଲେ ଅଧ୍ୟାପିକା । ଅନେକଥର ଏମିତି ଘଟିଛି କୌଣସି ଶିକ୍ଷାନୁଷ୍ଠାନରୁ ଶିକ୍ଷକ କିମ୍ବା ଅଧ୍ୟକ୍ଷଙ୍କୁ ବାହାର କରିବା ପରେ ସେ ଅଦାଲତର ଆଶ୍ରୟ ନେଇଥାନ୍ତି ଏବଂ ନିଷ୍ପତ୍ତି ତାଙ୍କ ପକ୍ଷରେ ଶୁଣାଯାଇଥାଏ । ଏପରି ଏକ ଘଟଣା ବ୍ରିଟେନରୁ ସାମ୍ନାକୁ ଆସିଛି । ଯେଉଁଠି ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ବଡ଼ ପାଟିରେ ପଢ଼ାଉଥିବାରୁ ତାଙ୍କୁ ଚାକିରିରୁ କାଢ଼ି ଦିଆଯାଇଛି । ଏହାପରେ ସେ ଅଦାଲତରେ ପହଞ୍ଚିଛନ୍ତି । ଏହି ଘଟଣା ବ୍ରିଟେନର ଏକ୍ସଟର ବିଶ୍ୱବିଦ୍ୟାଳୟରେ ଘଟିଛି । ଅଧ୍ୟାପିକାଙ୍କ ନାମ ଏନେଟ ପ୍ଲଟ । ୫୯ ବର୍ଷିୟା ଏହି ଅଧ୍ୟାପିକା ଗତ ୨୯ ବର୍ଷରୁ ପଦାର୍ଥ ବିଜ୍ଞାନ ପଢ଼ାଇ ଆସୁଛନ୍ତି । କିନ୍ତୁ ହଠାତ ତାଙ୍କୁ ଚାକିରିରୁ କାଢ଼ି ଦିଆଗଲାଏବଂ କାରଣ ଦିଆଗଲା ଯେ ତାଙ୍କ ସ୍ୱର ବହୁତ କର୍କଶ ଓ ନୂଆ ଛାତ୍ରଛାତ୍ରୀଙ୍କୁ ସେ ପସନ୍ଦ ଆସୁନାହିଁନ୍ତି । କିନ୍ତୁ କଥା ଯେତେବେଳେ ଅଦାଲତରେ ପହଞ୍ଚିଲା ସେତେବେଳେ ଘଟଣାଟି ନୂଆ ମୋଡ଼ ନେଇଥିଲା । ଅଦାଲତରେ ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛନ୍ତି ଅଧ୍ୟାପିକାଙ୍କୁ ତାଙ୍କ କର୍କଶ ସ୍ୱର ଯୋଗୁ ନୁହେଁ ବରଂ ଦୁଇଜଣ ପିଏଚଡି ଛାତ୍ରଙ୍କ ସହିତ ଖରାପ ବ୍ୟବହାର କରିଥିବାରୁ ଚାକିରିରୁ ବହିଷ୍କାର କରାଯାଇଛି । ଅନ୍ୟପଟେ ଅଦାଲତରେ ଅଧ୍ୟାପିକା ନିଜ ପକ୍ଷ ରଖି କହିଥଲେ ତାଙ୍କ ସ୍ୱର ପ୍ରଥମରୁ ସେହିଭଳି ଲାଉଡ । ଅଧ୍ୟାପିକା ଜଣଙ୍କ ନ୍ୟୁୟର୍କ, ଜର୍ମାନୀରେ ମଧ୍ୟ ପଢ଼ାଇ ସାରିଛନ୍ତି, କେବେବି ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିନାହିଁ । ଅଧ୍ୟାପିକା କହିଛନ୍ତି ମାନସିକ ଚାପରୁ ମୁକୁଳିବା ପାଇଁ ସେ ଔଷଧ ଖାଉଛନ୍ତି । କାରଣ ପୂର୍ବରୁ ତାଙ୍କୁ ଦୁଇଥର ଚାକିରିରୁ ନିଲମ୍ବିତ କରାଯାଇଥିଲା । ଏହାକୁ ନେଇ ସେ ମାନସିକ ବିଷାଦରେ ଅଛନ୍ତି । ସେଥିପାଇଁ ସେ ଯେଉଁ ପରିସ୍ଥିତିରେ ଏହି ଚାକିରି ପୁର୍ନବାର ପାଇବାକୁ ଚାହୁଁଛନ୍ତି । ଉଭୟଙ୍କ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ଯେ ୟୁନିଭର୍ସିଟି ଅଧ୍ୟାପିକାଙ୍କୁ କ୍ଷତିପୂରଣ ଦେବ । କ୍ଷତିପୂରଣ ବାବଦକୁ ୧ କୋଟି ଟଙ୍କା ଦେବାକୁ କୋର୍ଟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ନେଇ ଅଧ୍ୟାପିକା ଜଣକ ବ୍ରିଟେନରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking