27.1 C
Bhubaneswar
Saturday, July 27, 2024
Homeଖେଳଗମ୍ଭୀର କେକେଆର୍ ମେଣ୍ଟର୍ ନିଯୁକ୍ତ

ଗମ୍ଭୀର କେକେଆର୍ ମେଣ୍ଟର୍ ନିଯୁକ୍ତ

କୋଲ୍‌କାତା : ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଫ୍ରାଞ୍ଚାଇଜି କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ପୂର୍ବତନ ଓପ୍ନର୍ ଗୌତମ ଗମ୍ଭୀରଙ୍କୁ ବୁଧବାର ଟିମ୍‌ର ମେଣ୍ଟର୍ ନିଯୁକ୍ତ କରିଛି । ନିଜେ ଗମ୍ଭୀର ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି । କେକେଆର୍ ସହିତ ଯୋଡ଼ିହେବା ପରେ ଗମ୍ଭୀର ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ (ଏଲ୍‌ଏସ୍‌ଜି) ସହିତ ଦୁଇବର୍ଷର ସମ୍ପର୍କ ତୁଟାଇଛନ୍ତି । ଗମ୍ଭୀର ୨୦୨୧ ଡିସେମ୍ବରରେ ଆଇପିଏଲ୍‌ର କୌଣସି ଗୋଟିଏ ଟିମ୍ (ଏଲ୍‌ଏସ୍‌ଜି)ର ମେଣ୍ଟ୍ ଭାବେ ଯୋଗ ଦେଇଥିଲେ । ୨୦୦୭ ଏବଂ ୨୦୧୧ ବିଶ୍ୱ ଚାମ୍ପିଅନ୍ ଟିମ୍ ଇଣ୍ଡିଆର ସଦସ୍ୟ ଥିବା ଗମ୍ଭୀରଙ୍କ ଆଇପିଏଲ୍ କ୍ୟାରିୟର୍ ୧୦ ବର୍ଷର ଥିଲା । ସେ ୨୦୦୮ରେ ଆଇପିଏଲ୍ ଖେଳିବା ଆରମ୍ଭ କରିଥିବା ବେଳେ ୨୦୧୮ରେ ସନ୍ନ୍ୟାସ ନେଇଥିଲେ ।

ଏହି ଅବସରରେ ତାଙ୍କ ନେତୃତ୍ୱରେ କେକେଆର୍ ଦୁଇଥର ଆଇପିଏଲ୍ ଚାମ୍ପିଅନ୍ ମଧ୍ୟ ହୋଇଥିଲା । ତାଙ୍କ ନେତୃତ୍ୱରେ କେକେଅ।।ର୍ ୨୦୧୨ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ୫ ୱିକେଟ୍‌ରେ ଏବଂ ୨୦୧୪ରେ ପଞ୍ଜାବ କିଙ୍ଗ୍‌ସକୁ ୩ ୱିକେଟ୍‌ରେ ହରାଇଥିଲା । କେକେଆର୍ ବ୍ୟତୀତ ଗମ୍ଭୀର ଦିଲ୍ଲୀ କ୍ୟାପିଟାଲ୍ସର ମଧ୍ୟ ଅଧିନାୟକ ଥିଲେ । ଆଇପିଏଲ୍‌ରେ ଅଧିନାୟକ ଭାବେ ସେ ୧୨୯ ମ୍ୟାଚ୍ ଖେଳିଥିବା ବେଳେ ୭୧ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ । ୫୭ ମ୍ୟାଚ୍‌ରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking