ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଚମାଖଣ୍ଡି ଛକ ଠାରେ ଜାତୀୟ ରାଜପଥ ୧୬ ଉପରେ ଆଜି ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଜାତୀୟ ରାଜପଥରେ ଆନ୍ଧ୍ରରୁ ମହାରାଷ୍ଟ୍ରକୁ ଯାଉଥିବା ଏକ ମାଲବାହୀ ଟ୍ରକ, ଏକ କାର ଓ ୨ଟି ବାଇକ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଚମାକଣ୍ଡି ଥାନା ପୁଲିସ ଓ ହାଇୱେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଛନ୍ତି।










