22.1 C
Bhubaneswar
Monday, December 30, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ ସେପ୍ଟେମ୍ବର ପିକ୍ ଟାଇମ

ଭୁବନେଶ୍ୱରରେ ସେପ୍ଟେମ୍ବର ପିକ୍ ଟାଇମ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ କରୋନା ସ୍ଥିତି ନେଇ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଆଜି ସୁଦ୍ଧା ବିଏମସିରେ ୩ ହାଜରରୁ ଅଧିକ ଆକ୍ଟିଭ କେସ ରହିଛି । ସେପ୍ଟେମ୍ବର ମାସ କରୋନା ପିକ୍ ଟାଇମ ବୋଲି କମିଶନର କହିଛନ୍ତି । ସେପ୍ଟେମ୍ବର ୧୫ ବେଳକୁ ବିଏମସିରେ ୫ ହଜାରରୁ ଅଧିକ ଆକ୍ଟିଭ କେସ ଥିବ । କେବଳ ବିଏମସିରେ ଦିନକୁ ଅଢେଇ ହଜାର କୋଭିଡ ଟେଷ୍ଟ କରାଯାଉଛି । ଭୁବନେଶ୍ୱରର ୧୦ଟି ଓାର୍ଡରେ ବେଶି କରୋନା ସଂକ୍ରମିତ ଅଛନ୍ତି ।

ସୂଚନା ଯୋଗ୍ୟ, ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କେରାନା ସଂକ୍ରମିତଙ୍କ ସଂଖ୍ୟା । ଆଜି ୩୦ ଜିଲ୍ଲାରୁ ଆଉ ନୂଆ ୨୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୫୬୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ଅନ୍ୟ ୧୦୪୧ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା  ଆକ୍ରାନ୍ତ‌କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬କୁ ବୃଦ୍ଧି ପାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୪ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୩ଜଣ, ବରଗଡ ଜିଲ୍ଲାରୁ ୮୨ଜଣ, ଭଦ୍ରକ ଜିଲ୍ଲାରୁ ୪୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୨ଜଣ, ବୌଦ୍ଧ ଜିଲ୍ଲାରୁ ୯ଜଣ, କଟକ ଜିଲ୍ଲାରୁ ୨୩୬ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୭ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୦ଜଣ, ଜଗତସିଂହପୁର ଜିଲ୍ଲାରୁ ୮୨ଜଣ, ଯାଜପୁର ଜିଲ୍ଲାରୁ ୧୦୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୫ଜଣ, କଳାହାଣ୍ଡି ଜିଲ୍ଲା ୬୩ଜଣ, କନ୍ଧମାଳ ଜିଲ୍ଲାରୁ ୧୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୮ଜଣ, କେନ୍ଦୁଝର ଜିଲ୍ଲାରୁ ୮୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୧୬ଜଣ, କୋରାପୁଟ ଜିଲ୍ଲାରୁ ୧୨୬ଜଣ, ମାଲକାନଗିରି ଜିଲ୍ଲାରୁ ୮୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୭୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮ଜଣ, ନୟାଗଡ଼ ଜିଲ୍ଲାରୁ ୯୧ଜଣ, ନୂଆପଡ଼ା ଜିଲ୍ଲାରୁ ୧୬ଜଣ, ପୁରୀ ଜିଲ୍ଲାରୁ ୪୬ଜଣ, ରାୟଗଡ଼ା ଜିଲ୍ଲାରୁ ୫୪ଜଣ, ସମ୍ବଲପୁର ଜିଲ୍ଲାରୁ ୭୮ଜଣ, ସୋନପୁର ଜିଲ୍ଲାରୁ ୨୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୯ଜଣ ରହିଛନ୍ତି ।

ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬ ରହିଛି । ସେଥିମଧ୍ୟରୁ ୭୩୨୩୩ ଜଣ ସୁସ୍ଥ ହୋଇଛନ୍ତି ।୪୯୨ ସଂକ୍ରମିତଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୫୩ଜଣ କରୋନା ଥାଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ୨୯୭୫୮ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking