30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକେନାଲ ମାଟି ଧସି ରାସ୍ତା ଅବରୋଧ; ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳା

କେନାଲ ମାଟି ଧସି ରାସ୍ତା ଅବରୋଧ; ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳା

କୋରାପୁଟ: କେନାଲ ନିର୍ମାଣ ପାଇଁ ମାଟି ଖଳାଯାଇଥିବା ମାଟି ଧସି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଲୋକେ ଯାତାୟାତ ପାଇଁ ଅସୁବିଧା ର ସମ୍ମୁଖିନ ହୋଉଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତ ପୁର ବ୍ଲକ ର ତୁମ୍ବାଗୁଡା ଗ୍ରାମପଞ୍ଚୟତ ର ବାଗ୍ରୀଗାଁ ର ମୁଖ୍ୟ ରାସ୍ତା ରେ କେନାଲ ମାଟି ଧସି ରାସ୍ତା ଅବରୋଧ। ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଗ୍ରାମର ଯୁବ ଗୋଷ୍ଠୀ ଶ୍ରମଦାନ କରି ରାସ୍ତ ଅବୋରାଧ ମାଟି କୁ ସଫା କରିଥିଲେ। ଗ୍ରାମବାସୀ କହିବା ଅନୁଯାୟୀ ୨୦୦୮ ମସିହାରେ ବଗ୍ରୀ ଗାଁ ରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁକେନାଲ ନିର୍ମାଣ କାମ ହୋଇଥିଲା । ଦୀର୍ଘ୧୨ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଅନ୍ୟ ପକ୍ଷରେ କେନାଲ ଖଲିବା ସମୟରେ ମାଟି କୁ ଅନ୍ୟସ୍ଥାନ ରେ ପକେଇବା ବଦଳ ରେ ବିଭାଗୀୟ ଅଧିକାରୀ ଓ ଠିକାଦାର ସେଠାରେ ଚଡ଼ିଦେଇଥିଲେ । ଏନେଇ ଗ୍ରାମବାସୀ କାମ ଆରମ୍ଭ ରୁ ଜଳସେଚନ ବିଭାଗକୁ କହିଥିଲେ ମଧ୍ୟ ଗୁରୁତ୍ୱ ଦେଇ ନଥିଲେ । ଯାହା ଫଳରେ ଚଳିତ ବର୍ଷ ଲଗାଣ ବର୍ଷାରେ କେନାଲ ହୁଡ଼ା ର ମାଟି ଅତଡା ଧସି ମୁଖ୍ୟ ରାସ୍ତା ଉପରେ ଗଦା ହୋଇ ରାସ୍ତା ଅବରୋଧ ହୋଇଯାଇଛି । ଏଥିଯୋଗୁଁ ଗ୍ରାମବାସୀ ଯାତାୟତ ରେ ବାଧା ସୃଷ୍ଟି ହେବାରୁ ଗ୍ରାମର ଯୁବ ଗୋଷ୍ଟି ନିଜେ ଶ୍ରମ ଦାନ କରି ସଫା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking