34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସତ୍ୟବ୍ରତ ଦାସ ଙ୍କ ପଦଯାତ୍ରା, ବିପୁଳ ସମର୍ଦ୍ଧନା

ସତ୍ୟବ୍ରତ ଦାସ ଙ୍କ ପଦଯାତ୍ରା, ବିପୁଳ ସମର୍ଦ୍ଧନା

ନବରଙ୍ଗପୁର: ସତ୍ୟବ୍ରତ ଦାସଙ୍କ ୪୬୫ ଦିନର ପଦଯାତ୍ରା ପଦାର୍ପଣ ନେଇ ଆଜି ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମ ରେ ପହଞ୍ଚି ଥିବା ବେଳେ ବିପୁଳସମର୍ଦ୍ଧନା ସହ ସ୍ୱାଗତ ଦିଆଯାଇଛି । ସୁଦୂର ନବରଙ୍ଗପୁର ଜିଲ୍ଲା ଚାନ୍ଦହାଣ୍ଡି ରୁ ବାହାରି ଠିକ ସନ୍ଧ୍ୟା ୬ବେଳ କୁ ଜୟନ୍ତପୁର ପହଞ୍ଚିଥିଲେ।ଜୟନ୍ତପୁର ଗ୍ରାମର ତଥା ପିସିସି ସଦସ୍ୟ ଦିଗାମ୍ବର ଦୁରିଆ ଙ୍କ ନେତୃତ୍ୱରେ ଗ୍ରାମର ଯୁବଗୋଷ୍ଠୀ ସମର୍ଦ୍ଧନା ଜଣାଇ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ଦାସ ପଦଯାତ୍ରା ଉଦେଶ୍ୟ କହିବା ସହ ଜନସାଧାରଣ ଙ୍କ ସହଯୋଗ ଲଢ଼ି ଥିଲେ। ତେବେ ୪୬୫ଦିନ ପରିକ୍ରମା ଭିତରେ ୭ହଜାର କିମି ପଦଯାତ୍ରା ଅତିକ୍ରମ କରିଥିବା ଜଣାପଡିଛି । ଆସନ୍ତା କାଲି କୋକସରା ବ୍ଲକ ଦେଇ ଜୟପାଟଣା, କଲମପୁର, ଜୁନାଗଡ଼ ଭବାନୀପାଟଣା, ଧର୍ମଗଡ ,ନର୍ଲା,କେସିଙ୍ଗା,ଗୋଳାମୁଣ୍ଡା,ରାମପୁର ଆଦି ସ୍ଥାନ ଯାଇ ବିଡ଼ିଓ ଙ୍କ ମାଧ୍ୟମରେ ଏକ ଦାବିପତ୍ର ମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ଦିଆଯିବ ବୋଲି ପ୍ରକାଶ କରିଥିଲେ । ତେବେ ଦାବି ପତ୍ରରେ ଓଡ଼ିଶା କୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ସହ ମହାନଦୀ ଓ ପୋଲାଭର ନଦୀ ଜଳ ସମସ୍ୟା ଉଲ୍ଲେଖ ଥିବା ଜଣାପଡେ । ତେବେ ସାକାର ହେବାଯାଏ ଏହି ଅଭିଯାନ ଜାରି ରହିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking