41.1 C
Bhubaneswar
Tuesday, April 30, 2024
Homeଓଡିଶାଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ବିଜ୍ଞାନ ଓ ଶିକ୍ଷଣ ସାମଗ୍ରୀ ମେଳା

ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ବିଜ୍ଞାନ ଓ ଶିକ୍ଷଣ ସାମଗ୍ରୀ ମେଳା

ଯାଜପୁର : ଯାଜପୁର ଜିଲ୍ଳା କୋରେଇ ବ୍ଲକ ତଳଗଡ ପଞ୍ଚାୟତ ଅନ୍ତର୍ଗତ ନଗୁଁଆ ଠାରେ ଅବସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ବିଜ୍ଞାନ ପ୍ରକଳ୍ପ ଓ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଗୁରୁ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦାନରେ ବିଜ୍ଞାନ ପ୍ରକଳ୍ପ ଓ ଶିକ୍ଷଣ ସାମଗ୍ରୀ ର ପ୍ରସ୍ତୁତି ଉ ଉପଯୋଗୀତା ଉପରେ ଦିଗଦର୍ଶନ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୩୬ ଟି ବିଜ୍ଞାନ ପ୍ରକଳ୍ପ ଓ ୭୯ ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଅନୁଷ୍ଠାନର ଦୃଷ୍ଟି ବାଧିତ ଛାତ୍ର କଳିଙ୍ଗ କିଶୋର ରାଉତ ଓ ଭିନ୍ନକ୍ଷମ ଛାତ୍ର ଅସ୍ବିନି କୁମାର ନାୟକ ଙ୍କ ଦ୍ଵାରା ପ୍ରସ୍ତୁତ ଦୁଇଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଉକ୍ତ ମେଳାରେ ଆଗରପଡା ସ୍ଥିତ ଭଦ୍ରକ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଠ ପ୍ରଶିକ୍ଷକ ଡ଼ା ପ୍ରଦିପ କୁମାର ନାୟକ ଓ ପ୍ରଶିକ୍ଷକ ଶ୍ରୀ ତ୍ରିଲୋଚନ ମହାଳିକ ବିଚାରକ ଭାବରେ ଯୋଗଦେଇ ଥିଲେ । ପ୍ରଦର୍ଶିତ ପ୍ରକଳ୍ପ ମଧ୍ୟରୁ ବିଭିନ୍ନ ବିଭାଗର ତିନି ଗୋଟି ପ୍ରକଳ୍ପ କୁ ପ୍ରଥମ ସ୍ଥାନରେ ତିନି ଗୋଟି ପ୍ରକଳ୍ପ କୁ ଦ୍ଵିତୀୟ ସ୍ଥାନରେ ଓ ତିନି ଗୋଟି ପ୍ରକଳ୍ପ କୁ ତୃତୀୟ ସ୍ଥାନରେ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଡ଼ ସମ୍ବିତା ସାହୁ ଓ ଲୋପାମୁଦ୍ରା ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ପ୍ରକଳ୍ପ ପ୍ରସ୍ତୁତ ରେ ସମସ୍ତ ସହାୟତା ଯୋଗାଇଥିଲେ । ଅନୁଷ୍ଠାନର ପ୍ରତାପ ଚନ୍ଦ୍ର ଜେନା, ଇତିଶ୍ରୀ ବିଶ୍ବାଳ, ନିଳୀମା ପ୍ରିୟଦର୍ଶିନୀ ଦାଶ, କ୍ରୀଷ୍ଣା ଗୈ।ତମି ନାଥ, ଲିଲିମା ସାହୁ, ଜ୍ୟୋତିଶ୍ରୀ ମିଶ୍ର, ବିଜୟ କୁମାର ଧଳ, ପ୍ରଭାତ କୁମାର ନାୟକ, ସୁଶାନ୍ତ କୁମାର ନାୟକ, ଗୀତାଞ୍ଜଳି ସେଠି, ତପସ୍ୱୀନି ନାୟକ, ଦିଲ୍ଲିପ କୁମାର ରଣା, ଲିଙ୍ଗରାଜ ପ୍ରହରାଜ, ସ୍ବରାଜ ପାଣି, ସିଦ୍ଧାର୍ଥ କୁମାର ସାହୁ, ପ୍ରତାପ କୁମାର ଦାସ, ସନ୍ତୋଷ ସାହୁ ଓ ଶିବ ମୁଖି ପ୍ରମୁଖ ସହଯୋଗ କରିଥିଲେ। ପ୍ରୟୋଗ ଶାଳା ବିଦ୍ୟାଳୟ ର ଶିକ୍ଷକ କ୍ଷୀରୋଦ ବରଣ ହୋତା ଓ ଶିକ୍ଷୟିତ୍ରୀ କାକ ଜ୍ୟୋତ୍ସ୍ନା ନାୟକ ବ୍ରାହ୍ମଣୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ମେଳା କୁ ପରିଭ୍ରମଣ ରେ ଆଣି ବିଭିନ୍ନ ପ୍ରକଳ୍ପର ପ୍ରସ୍ତୁତି ଓ ଶିକ୍ଷା କ୍ଷେତ୍ରରେ ତାହାର ଆବଶ୍ୟକତା ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ । ପରିଶେଷରେ ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଗୁରୁ ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking