31.1 C
Bhubaneswar
Saturday, April 25, 2026
Homeଓଡିଶାସ୍କୁଲରେ ପିଲାଙ୍କୁ ନିର୍ଯାତନା ଘଟଣା: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ସ୍କୁଲରେ ପିଲାଙ୍କୁ ନିର୍ଯାତନା ଘଟଣା: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ଯାଜପୁର: ଯାଜପୁର ସୁକିନ୍ଦା ବ୍ଲକ କାଳିଆପାଣିରେ ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୂରାଇବା ଘଟଣା। ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀ । ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ନିଲମ୍ବନ କରିଛନ୍ତି। ଗତ ୧୭ ତାରିଖରେ ବିଦ୍ୟାଳୟରେ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଥିଲେ ପ୍ରଧାନଶିକ୍ଷକ । ୧୦ ଜଣ ଛାତ୍ରଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେବାରୁ ପିଲାମାନେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଅଭିଭାବକ ମାନେ ଏହା ଜାଣିବା ପରେ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ପଚାରିବା ସହିତ ହୋହଲ୍ଲା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀଙ୍କ ନାଁରେ କାଳିଆପାଣି ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ସ୍ଥାନୀୟ ସରପଞ୍ଚ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ହସ୍ତକ୍ଷେପ କରିଥିଲେ । ଏହାପରେ ଶିକ୍ଷକ ନିଜ ଦୋଷ ସ୍ୱୀକାର କରି ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମାମଲାର ଆପୋସ ସମାଧାନ ହୋଇଥିଲା । ଶେଷରେ ତଦନ୍ତ କରି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ସୁକିନ୍ଦା ବିଇଓ । ଏହି ସମୟରେ ଦରମା ବନ୍ଦ ରହିବ। ସେ ସ୍କୁଲ ଓ ଅଫିସକୁ ଯିବେ ନାହିଁ । ପ୍ରତିଦିନ ଅଫିସରେ ରିପୋର୍ଟ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking