29.4 C
Bhubaneswar
Thursday, June 18, 2026
Homeଓଡିଶାଅଘୋଷିତ ବିଦ୍ୟୁତ କାଟ ଓ ଅଧିକ ବିଲ୍‌ ବିରୋଧରେ ବିଜେଡିର ଆନ୍ଦୋଳନ

ଅଘୋଷିତ ବିଦ୍ୟୁତ କାଟ ଓ ଅଧିକ ବିଲ୍‌ ବିରୋଧରେ ବିଜେଡିର ଆନ୍ଦୋଳନ

ଉମରକୋଟ: ଉମରକୋଟ ବିଜେଡିର ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଦ୍ୟୁତ ସମସ୍ୟାକୁ ନେଇ ତେଜିଛି ରାଜନୀତି । ଉମରକୋଟ ବିଜେଡ଼ିର ଶତାଧିକ କର୍ମୀ ଓ ନେତା ସ୍ଥାନୀୟ ନୂଆ ବସଷ୍ଟାଣ୍ଡଠାରୁ ଏକ ରାଲିରେ ବାହାରି ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ କରିଛନ୍ତି । ଏହି ସମୟରେ ୪ଦଫା ଦାବି ନେଇ  ବିଜେଡି ନେତୃବୃନ୍ଦ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଘୋଷିତ ବିଦ୍ୟୁତ କାଟ, ସ୍ମାର୍ଟ ମିଟରକୁ ବିରୋଧ ଏବଂ ଅତ୍ୟଧିକ ବିଦ୍ୟୁତ ବିଲ୍, ବିଭିନ୍ନ ସ୍ଥାନରେ ଝୁଲିରହିଥିବା ତାର ବଦଳି କରିବା ସହ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦିଆଯାଇଥିବା ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ କୁଆଡ଼େ ଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking