ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୧୮ରୁ ୨୧ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା । ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ପରେ ପରିସ୍ଥିତି ଦେଖି ଖରାଛୁଟି ପାଇଁ ପ୍ରଶାସନ ନିଷ୍ପତ୍ତି ନେବ ବୋଲି କୁହାଯାଇଛି । ସୂଚନା ଥାଉକି, କିଛି ଦିନ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ କହିଥିଲେ ଅସହ୍ୟ ଖରା କାରଣରୁ ବାହାରକୁ ବାହାରିବା କଷ୍ଟ ହୋଇପଡୁଛି ସେନେଇ ସ୍ଥିତିକୁ ଦେଖି ଛାତ୍ରଛାତ୍ରୀଙ୍କ ସ୍କୁଲ ଛୁଟି ଘୋଷଣା କରାଯିବ। ବଲାଙ୍ଗୀରରେ ତାପମାତ୍ରା ୪୨.୨ ରହିଛି । ଖରାରେ ସିଝୁଛନ୍ତି ବଲାଙ୍ଗୀର ବାସୀା ଉପକୂଳରେ ପାରଦ ୩୫-୩୬ ଡିଗ୍ରୀ ରହିଥିଲେ ବି ଗୁଳୁଗୁଳି ପ୍ରକୋପ ଅସହ୍ୟ ହୋଇଛି । ଆସନ୍ତା ଦୁଇଦିନ ରାଜ୍ୟର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ । ସମଗ୍ର ଉପକୂଳ ଓଡ଼ିଶାରେ ଏବେ ଗୁଳୁଗୁଳିରୁ ନିସ୍ତାର ନାହିଁ ।










