28.1 C
Bhubaneswar
Wednesday, April 29, 2026
Homeଓଡିଶାସ୍କୁଲ ବସ୍ – ବାଇକ୍ ମୁହାଁମୁହିଁ: ଜଣେ ମୃତ, ୩ ଆହତ

ସ୍କୁଲ ବସ୍ – ବାଇକ୍ ମୁହାଁମୁହିଁ: ଜଣେ ମୃତ, ୩ ଆହତ

ଉମରକୋଟ: ନବରଙ୍ଗପୁର ଜିଲ୍ଲାରୁ ଏକ ମର୍ମନ୍ତୁଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛିା ଏକ ସ୍କୁଲ ବସ୍ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛିା ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଛାତ୍ର ଆହତ ହୋଇଛନ୍ତିା ଦୁର୍ଘଟଣାଟି ଗଞ୍ଜପାର ନିକଟରେ ଘଟିଛିା ମୃତ ଯୁବକ ଜଣକ ନବରଙ୍ଗପୁର ଜିଲ୍ଲାର ତୁରୁଡି ଗାଁର ସମାରୁ ଗୋଣ୍ଡା ବୋଲି ଚିହ୍ନଟ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ରାଇଘର ବ୍ଲକର ଏକ ଘରୋଇ ସ୍କୁଲ ବସ୍ ଆଜି ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଗଞ୍ଜାପାର ଅଞ୍ଚଳ ନିକଟରେ ଏକ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଫଳରେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବସ୍‌ରେ ଥିବା ତିନି ଜଣ ଛାତ୍ର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଆହତ ଛାତ୍ରମାନଙ୍କୁ ରାଇଘର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ପୋଲିସ ସ୍କୁଲ ବସ୍ ଡ୍ରାଇଭରଙ୍କୁ ଅଟକ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking