31.1 C
Bhubaneswar
Thursday, September 3, 2026
Homeଓଡିଶାଗଛରୁ ନଡ଼ିଆ ପଡ଼ି ଚାଲିଗଲା ନାବାଳକଙ୍କ ଜୀବନ

ଗଛରୁ ନଡ଼ିଆ ପଡ଼ି ଚାଲିଗଲା ନାବାଳକଙ୍କ ଜୀବନ

ମୟୁରଭଞ୍ଜ : ଗଛରୁ ନଡ଼ିଆ ପଡ଼ି ଚାଲିଗଲା ନାବାଳକର ଜୀବନ । ବାରିପଦା ସହର ମଧୁବନ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଓ ହୃଦୟବିଦାରକ ଘଟଣା। ମୃତ ଛାତ୍ର ହେଲେ ସ୍ଥାନୀୟ ଅଞ୍ଚଳର ବାଦଲ ପାତ୍ର। ବାଦଲ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ବନ୍ୟାରେ ବାଦଲଙ୍କ ଘର ବୁଡ଼ିଯାଇଥିଲା।ଗତକାଲି ପରିବାର ପାଇଁ ରିଲିଫ ଆଣିବାକୁ ରିଲିଫ ବଣ୍ଟନ କେନ୍ଦ୍ରକୁ ଯାଇଥିଲେ । ରିଲିଫ ନେଇ ଘରକୁ ଫେରୁଥିବା ବେଳେ ହଠାତ୍‌ ଗଛରୁ ଏକ ନଡ଼ିଆ ତାଙ୍କ ଉପରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପିଆର୍‌ଏମ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସବୁ ଚେଷ୍ଟା ବିଫଳ ହେଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ବାଦଲ । ବନ୍ୟାର ବିପଦରୁ ପରିବାର ପାଇଁ ରିଲିଫ ଆଣିବାକୁ ଯାଇଥିବା ବାଦଲ ଆଉ ଘରକୁ ଫେରିଲେ ନାହିଁ। ଗୋଟିଏ ପଟେ ବନ୍ୟାର ବିଭୀଷିକା, ଅନ୍ୟପଟେ ୧୧ ବର୍ଷର ପୁଅକୁ ହରାଇ ପରିବାରର ବୁକୁଫଟା କାନ୍ଦ। ବାଦଲଙ୍କ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking