29.1 C
Bhubaneswar
Monday, August 31, 2026
Homeଓଡିଶାମାଟି କାନ୍ଥ ଭୁଶୁଡ଼ି ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ

ମାଟି କାନ୍ଥ ଭୁଶୁଡ଼ି ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ

ଚମ୍ପୁଆ: ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ଭୁଶୁଡ଼ି ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଚମ୍ପୁଆ ଥାନା ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର ରାଇଗୁଡ଼ି ଗାଁରେ ଏହି ଅଘଟଣ ଘଟିଛି। ମୃତ ମହିଳା ହେଲେ ଘାସିରାମ ମହାନ୍ତଙ୍କ ସ୍ତ୍ରୀ ପୂର୍ଣ୍ଣମୀ ମହାନ୍ତ। ସୂଚନା ଅନୁଯାୟୀ, ପୂର୍ଣ୍ଣମୀ ଘରେ ଶୋଇଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ୍‌ ମାଟି କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଥିଲା। ଫଳରେ ସେ କାନ୍ଥ ତଳେ ଚାପି ହୋଇଯାଇଥିଲେ। ପାଖ ଘରେ ଶୋଇଥିବା ତାଙ୍କ ଶାଶୂ ଜାଣିବା ପରେ ପଡ଼ୋଶୀଙ୍କୁ ଡାକିଥିଲେ।

ପରେ ପରିବାର ଲୋକ ଓ ପଡ଼ୋଶୀମାନେ ମିଶି କାନ୍ଥ ତଳୁ ପୂର୍ଣ୍ଣମୀଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତରଖାନାରେ ଡାକ୍ତର ପୂର୍ଣ୍ଣମୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚମ୍ପୁଆ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛି। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking