38.1 C
Bhubaneswar
Friday, April 26, 2024
Homeଓଡିଶାଏସସିବି ମେଡ଼ିକାଲରେ କରୋନା କଟକଣାକୁ ଫୁ..

ଏସସିବି ମେଡ଼ିକାଲରେ କରୋନା କଟକଣାକୁ ଫୁ..

କଟକ : କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଛି । କରୋନାର ଦ୍ୱିତୀୟ ଲହରରେ ଆକ୍ରାାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ଏପରିକି ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ଟପିଲାଣି । ସେହି ଅନୁପାତରେ ରାଜ୍ୟ ମଧ୍ୟ ପଛରେ ପଡ଼ିନି । ରାଜ୍ୟରେ ଦୈନିକ ସଂକ୍ରମଣ ପ୍ରତ୍ୟେକ ଦିନ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟାରେ ଏହା ୧୩୦୦ ପାର ହୋଇଯାଇଛି । ଏଥି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଥିବା ବେଳେ କରୋନା ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜୋରିମାନା ରାଶିକୁ ଦୁଇ ଗୁଣ କରାଯିବା ସହ ଓଡ଼ିଶା ପୁଲିସ ପକ୍ଷରୁ ମଧ୍ୟ ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ଚେକିଂ କରାଯାଇ ଆଦାୟ କରାଯାଉଛି ଜୋରିମାନା । ମାତ୍ର ଓଡ଼ିଶାର ସର୍ବ ବୃହତ ଓ ସର୍ବ ପୁରାତନ ଡାକ୍ତରଖାନା ଏସସିବି ମେଡ଼ିକାଲ କ୍ଷେତ୍ରରେ କିନ୍ତୁ ଏହା ଲାଗୁ କରାଯାଉ ନାହିଁ ।

ଏସସିବିର ଯେଉଁଠି ଦେଖିବେ ମାଳ ମାଳ ଲୋକ । ସେ ଟିକେଟ୍ କରିବାକୁ ହେଉ ବା ପରୀକ୍ଷା ପାଇଁ ହେଉ ବା ଆଉଟ୍ ଡୋରରେ ରୋଗୀ ଦେଖାଇବାକୁ ହେଉ କୌଣସି ସ୍ଥାନରେ ରହୁନାହିଁ ସାମାଜିକ ଦୂରତା । ଲୋକଙ୍କ ଭିଡ଼ ଦେଖିଲେ କେହି ବି ଭାବି ପାରିବ ନାହିଁ କରୋନା ବୋଲି ଏକ ରୋଗ ବ୍ୟାପୁଛି ଓ ଏହା ପାଇଁ କିଛି ସତର୍କତାର ଆବଶ୍ୟକତା ରହିଛି ବୋଲି । ଏମାନଙ୍କ ମଧ୍ୟରେ କିଏ କରୋନା ଆକ୍ରାନ୍ତ କେହି ଜାଣି ନାହାନ୍ତି । ଏସ୍‌ସିବି ମେଡ଼ିକାଲ ଯେ ସୁପର ସ୍ପ୍ରେଡ଼ରର ଭୂମିକା ନନେବ କିଏ କହିବ । ଏଥିପ୍ରତି ଏସସିବି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିର୍ବିକାର ରହିଥିବା ପରିଲକ୍ଷିତ ହେଉଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଗୁରୁତର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବହୁତ କମ୍ ଥିବା । ସେମାନଙ୍କ ମଧ୍ୟରୁ ଅନେକ ସହଜରେ ଆକ୍ରାନ୍ତ ହେବେ ଓ ଅନ୍ୟମାନଙ୍କୁ ଆକ୍ରାନ୍ତ କରାଇବେ । ଏସ୍‌ସିବି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଭିଡ଼ ରୋକିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପାଉଛି । ନଚେତ୍ ଆଗାମୀ ଦିନରେ ପରିସ୍ଥିତି ଅଣାୟତ ହୋଇପଡ଼ିବ ବୋଲି ଆଲୋଚିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking