30.1 C
Bhubaneswar
Wednesday, April 24, 2024
Homeଓଡିଶାଗ୍ରାହକ ମାସ୍କ ନପିନ୍ଧିଲେ ଦୋକାନୀ ଦେବେ ଜୋରିମାନା

ଗ୍ରାହକ ମାସ୍କ ନପିନ୍ଧିଲେ ଦୋକାନୀ ଦେବେ ଜୋରିମାନା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାକୁ ଫେରୁଛନ୍ତି ଓଡ଼ିଆ ପ୍ରବାସୀ ଶ୍ରମିକ । ଗୋଟିଏ ସପ୍ତାହ ଭିତରେ ସଂକ୍ରମିତ ସଂଖ୍ୟା ତିନିଗୁଣା ବୃଦ୍ଧି ପାଇଛି । ପ୍ରଥମ ପର୍ଯ୍ୟାୟରେ କରୋନା ସଂକ୍ରମଣ ସଂଖ୍ୟାକୁ ରୋକିବାକୁ ଗଞ୍ଜାମ ଜିଲ୍ଲାକୁ ଫୋକସ କରି ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସହିତ ବରିଷ୍ଠ ଅଧିକାରୀ ଓ ଡାକ୍ତର ଯୋଗାଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସେହି ସବୁ ସୁବିଧା ଉପଲବ୍ଧ ହେବା କାଠିକର ବ୍ୟାପାର । ଏଣୁ ନିଜ ଆଡୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ନଚେତ୍ ପରିସ୍ଥିତି ସାଙ୍ଘାତିକ ଆଡ଼କୁ ଗତିକରି ବିପର୍ଯ୍ୟୟ ସ୍ଥିତି ଦେଖାଦେବ ।

ଶନିବାର ପୂର୍ବାହ୍ଣରେ ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଅଧିକାରୀଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଛନ୍ତି । ବର୍ତ୍ତମାନ ଯାହା ସବୁ କାର୍ଯ୍ୟଧାରା ଗ୍ରହଣ କରାଯିବ ସବୁ ଗୁଡ଼ିକ ବିକେନ୍ଦ୍ରୀକରଣ ଭାବରେ କରାଯିବ । ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କର ପଞ୍ଜୀକରଣ ନିହାତି ଆବଶ୍ୟକ । ଯେଉଁ ପ୍ରବାସୀ ପଞ୍ଜୀକରଣ କରୁନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଚିକିତ୍ସାଳୟରେ ଆରଆରସି କିଟ୍ ମହଜୁଦ କରି ରଖାଯିବ । ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖିବାକୁ ସମସ୍ତ ସୁବିଧା ଥାଇ ବେଡ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚିହ୍ନଟ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ନିଜ ଘରେ ସାତଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖି ତାଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବ । ମାସ୍କ ପରିଧାନ ଓ ସାନିଟାଇଜେସନ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଯେଉଁ ଦୋକାନ ବା ମଲଗୁଡ଼ିକରେ ଗ୍ରାହକ ମାସ୍କ ପରିଧାନ ନକରି ସାମଗ୍ରୀ କିଣୁଥିବା ନଜର ଆସିଲେ ଏଣିକି ଦୋକାନୀ ଠାରୁ ଜୋରିମାନା ଆଦାୟ କରାଯିବ ।

ଯେଉଁ ଅଞ୍ଚଳରେ ସଂକ୍ରମିତ ଚିହ୍ନଟ ହେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରାଯିବ । କୌଣସି ଅଧିକାରୀ ଓ ଶିକ୍ଷକ ନିଜ ହେଡ୍‌କ୍ୱାଟର ଛାଡ଼ିବେ ନାହିଁ । କୋଭିଡ୍ କେୟାର ସେଣ୍ଟର ଆବଶ୍ୟକ ରହିଛି । ଏଣୁ ଦଶମ ଶ୍ରେଣୀ ଛାତ୍ର ପଢୁଥିବା ସ୍କୁଲ ଛାଡି ଅନ୍ୟ ସମସ୍ତ ସ୍କୁଲ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଡୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking