24.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗବଡ଼ ଖବର: ସେପ୍ଟେମ୍ବର ସୁଦ୍ଧା UG, PGର ଶେଷବର୍ଷ ପରୀକ୍ଷା

ବଡ଼ ଖବର: ସେପ୍ଟେମ୍ବର ସୁଦ୍ଧା UG, PGର ଶେଷବର୍ଷ ପରୀକ୍ଷା

ନୂଆଦିଲ୍ଲୀ: ୟୁଜି ଓ ପିଜି ପରୀକ୍ଷା ନେଇ ଆସିଲା ବଡ଼ ଖବର । ସେପ୍ଟେମ୍ବର ଶେଷ ସୁଦ୍ଧା ୟୁଜି ଓ ପିଜି ପରୀକ୍ଷା ହେବ । ପରୀକ୍ଷା ବାତିଲ ନେଇ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି । ୟୁଜିସିରେ ଜୁଲାଇ ୬ ନିର୍ଦ୍ଦେଶକୁ କାଏମ ରଖିଚନ୍ତି କୋର୍ଟ । ସେପ୍ଟେମ୍ବର ସୁଦ୍ଧା ଶେଷବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଥିଲା ।ଏଥିସହ ‘ୟୁଜିସି’ ମଧ୍ୟ କହିଥିଲା କି, ବାର୍ଷିକ ପରୀକ୍ଷା ନ କରାଇ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇ ପାରିବ ନାହିଁ।

ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଏହି ରାୟ ଶୁଣାଯାଇଛି । କରୋନା ଅସୁବିଧା ଥିଲେ ସମ୍ପୃକ୍ତ ରାଜ୍ୟ ପରୀକ୍ଷା ଘୁଞ୍ଚାଇ ପାରିବେ । ଏଥିପାଇଁ ସମ୍ପୃକ୍ତ ରାଜ୍ୟ ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ଆବେଦନ କରିବେ । ୟୁଜିସି ବିନା ଅନୁମତିରେ କୌଣସି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ ଅଗଷ୍ଟ ୧୮ରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking