36.7 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗମହାନଦୀରେ ଆସୁଛି ବଡ଼ ବନ୍ୟା

ମହାନଦୀରେ ଆସୁଛି ବଡ଼ ବନ୍ୟା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳ ବର୍ଷା ହେଉଛି । ତେଣୁ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି । ମହାନଦୀରେ ଆସୁଛି ବଡ଼ ବନ୍ୟା । ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଥିବାରୁ ଏହି ଆଶଙ୍କା ବ୍ୟକ୍ତି କରିଛନ୍ତି ରାଜ୍ୟ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।  ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ମହାନଦୀରେ ବଡ଼ ବନ୍ୟା ଆସୁଛି ।

ଅନ୍ୟପଟେ ମହାନଦୀର ଉପରମୁଣ୍ଡରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି । କଲାମାରୁ ୫ ଲକ୍ଷ ଓ ଇବ ଓ ଭେଡେନରୁ ୨.୫ ଲକ୍ଷ କ୍ୟୁସେକ ଜଳ ହୀରାକୁଦରେ ପ୍ରବେଶ କରୁଛି । ଫଳରେ ଏବେ ହୀରାକୁଦକୁ ଏବେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଛିି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଆମେ ହୀରାକୁଦରୁ ୬ଲକ୍ଷ କ୍ୟୁସେକ ଜଳ ଛାଡ଼ୁଛୁ । ହୀରାକୁଦ ପରେ ମହାନଦୀରେ ତେଲ, ସୁକତେଲ, ଜୀରା ନଦୀରେ ଜଳ ମିଶିବ । ୩୬ଘଣ୍ଟାରେ ମୁଣ୍ଡୁଳିରେ ବନ୍ୟାଜଳ ପହଞ୍ଚିବ । ମୁଣ୍ଡୁଳିରେ ପ୍ରାୟ ସାଢ଼େ ୧୦ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ । ତେଣୁ ସମ୍ଭାବ୍ୟ ବନ୍ୟାରେ ୫ଜିଲ୍ଲା ବେଶି ପ୍ରଭାବିତ ହେବ ବୋଲି ଆଶଙ୍କା ରହିଛି । ୫ଜିଲ୍ଲାଗୁଡ଼ିକ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ ନୟାଗଡ଼ । ଆଗକୁ ହୀରାକୁଦରେ ୩୬ଟି ଗେଟ ଖୋଲାଯିବ ଯାହାଫଳରେ ମୁଣ୍ଡୁଳିରେ ପାଣି ପହଞ୍ଚିଲେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ହୀରାକୁଦର ସମୁଦାୟ ୨୮ଟି ଗେଟ୍ ଖୋଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking