27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଏସ୍‌ବିଆଇ ଲାଇଫ୍ ବିସିସିଆଇର ଅଫିସିଆଲ୍ ପାର୍ଟନର୍‌

ଏସ୍‌ବିଆଇ ଲାଇଫ୍ ବିସିସିଆଇର ଅଫିସିଆଲ୍ ପାର୍ଟନର୍‌

ମୁମ୍ବାଇ: ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଘରୋଇ ଏବଂ ଅନ୍ତର୍ଜାତୀୟ ସିଜନ୍ ପାଇଁ ଏସ୍‌ବିଆଇ ଲାଇଫ୍‌କୁ ନିଜର ଅଫିସିଆଲ୍ ପାର୍ଟନର୍ କରିଛି । ଆଗାମୀ ତିନିବର୍ଷ ପାଇଁ ହୋଇଥିବା ଏହି ଚୁକ୍ତି ଶୁକ୍ରବାର (ସେପ୍ଟେମ୍ବର ୨୨) ଠାରୁ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ ଆରମ୍ଭ ହେବ । ଭାରତର ଅନ୍ୟତମ ବୃହତ୍ ବୀମା କମ୍ପାନୀ ଏସ୍‌ବିଆଇ ଲାଇଫ୍‌କୁ ବିସିସିଆଇର ଅଫିସିଆଲ୍ ପାର୍ଟନର୍ ଭାବେ ଘୋଷଣା କରି ବୋର୍ଡ ସଭାପତି ରୋଜର ବିନ୍ନି ବିଶେଷ ରୋମାଞ୍ଚିତ । ସେ କହିଛନ୍ତି, ଭାରତୀୟ କ୍ରିକେଟ୍‌କୁ ଆଗକୁ ନେଇଯିବା ପାଇଁ ଆମେ ଏକ ମଜଭୁତ ପାର୍ଟନର୍‌ଶିପ୍ ସ୍ଥାପନ କରିବାକୁ ଚାହୁଁ ।

ବିସିସିଆଇ ସମ୍ପାଦକ ଜୟ ଶାହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଶ୍ୱକପ୍ ୨୦୨୩ ପୂର୍ବରୁ ଅଫିସିଆଲ୍ ପାର୍ଟନର୍ ଭାବେ ଏସ୍‌ବିଆଇ ଲାଇଫ୍‌କୁ ସ୍ୱାଗତ କରି ବହୁ ଖୁସି ଅନୁଭୂତ ହେଉଛି । ଏସ୍‌ବିଆଇ ଲାଇଫ୍‌ର କାର୍ଯ୍ୟ କ୍ରିକେଟ୍ ପ୍ରତି ବିସିସିଆଇର ଭିଜନ୍ ସହ ମେଳ ଖାଉଛି । ଏହି ଭାଗିଦାରୀ ସମସ୍ତ ସ୍ତରରେ କ୍ରିକେଟ୍‌କୁ ପ୍ରୋତ୍ସହିତ ଏବଂ ସମର୍ଥନ କରିବାରେ ଆମର ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଏସ୍‌ବିଆଇ ଲାଇଫ୍ ଏକ ଉପଯୋଗୀ ପାର୍ଟନର୍ ଭାବେ ପ୍ରଶଂସକ ଏବଂ ଖେଳାଳିଙ୍କ ପାଇଁ କ୍ରିକେଟ୍‌ର ଅନୁଭବକୁ ସମାନ ଭାବେ ବୃଦ୍ଧି କରିପାରିବ ବୋଲି ଜୟ ଶାହ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking