29.1 C
Bhubaneswar
Wednesday, November 29, 2023
Homeଦେଶ ବିଦେଶଏସିଆନ୍ ଗେମ୍ସ: ଫୁଟ୍‌ବଲ୍‌ରେ ହାରିଲା ବାଂଲାଦେଶ

ଏସିଆନ୍ ଗେମ୍ସ: ଫୁଟ୍‌ବଲ୍‌ରେ ହାରିଲା ବାଂଲାଦେଶ

ହାଙ୍ଗ୍‌ଝୋ : ଚୀନ୍‌ର ହାଙ୍ଗ୍‌ଝୋ ସହରରେ ଆୟୋଜିତ ୧୯ତମ ଏସିଆନ୍ ଗେମ୍ସର ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପୁରୁଷ ଫୁଟ୍‌ବଲ୍ ମ୍ୟାଚ୍‌ରେ ଭାରତ ୧-୦ ଗୋଲ୍‌ରେ ବାଂଲାଦେଶକୁ ହରାଇଛି । ଭାରତ ପକ୍ଷରୁ ଏକମାତ୍ର ଗୋଲ୍‌ଟି ମ୍ୟାଚ୍‌ର ୮୫ତମ ମିନିଟ୍‌ରେ ଭେଟେରାନ୍ ସୁନୀଲ୍ ଛେତ୍ରୀ ପେନାଲ୍ଟି ସ୍ପଟ୍‌ରୁ କରିଥିଲେ । ବାଂଲାଦେଶ ଅଧିନାୟକ ରହମତ୍‌ଙ୍କ ଫାଉଲ୍ ଯୋଗୁଁ ଭାରତକୁ ଏହି ପେନାଲ୍ଟି ମିଳିଥିଲା । ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ୫-୧ ଗୋଲ୍‌ରେ ଆୟୋଜକ ଚୀନ୍‌ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଭାରତ ଗ୍ରୁପ୍‌ର ପରବର୍ତ୍ତୀ ତଥା ଅନ୍ତିମ ମ୍ୟାଚ୍ ମ୍ୟାଁମାର ବିପକ୍ଷରେ ଖେଳିବ । ମ୍ୟାଁମାର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୧୦ ଗୋଲ୍‌ରେ ହରାଇ ଦେଇଛି ।

ଗୁରୁବାରର ମ୍ୟାଚ୍‌ରେ ଭାରତ ଆଧିପତ୍ୟ ବିସ୍ତାର କରି ଖେଳୁଥିବା ଭାରତକୁ ଏହା ପୂର୍ବରୁ ଏକ ସୁଯୋଗ ମିଳିଥିଲା । ବାଂଲାଦେଶ ବକ୍ସ ନିକଟରେ ଗୁରକିରତ୍ ସିଂହଙ୍କୁ ଫାଉଲ୍ ହେବା ପରେ ଭାରତକୁ ଫ୍ରି-କିକ୍ ମିଳିଥିଲା । ସାମୁଏଲ୍ କିନ୍‌ସି ଏହି ଫ୍ରି-କିକ୍ ନେଇଥିଲେ । ମାତ୍ର ଗୋଲ୍ ପୋଷ୍ଟ୍‌ର ବାମ ପଟକୁ ଯାଉଥିବା ତାଙ୍କ କିକ୍‌କୁ ବାଂଲାଦେଶ ଗୋଲ୍‌କିପର୍ ଚମତ୍କାର ଭାବେ ରୋକିବାରେ ସମର୍ଥ ହୋଇଥିଲେ । ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିବା ପରେ ଭାରତକୁ ଆଉ ଏକ ସୁଯୋଗ ମିଳିଥିଲା । କିନ୍ତୁ ରାହୁଲ କେପିଙ୍କ ହେଡର୍ ଗୋଲ୍‌ପୋଷ୍ଟ ବାହାରକୁ ଚାଲିଯାଇଥିଲା । ଚଳିତ ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ତିନିଟି ପରିବର୍ତ୍ତନ ହୋଇଥିଲା । ଗତ ମ୍ୟାଚ୍‌ରେ ହଳଦିଆ କାର୍ଡ ପାଇଥିବା ଗୁରମିତ୍ ସିଂହଙ୍କ ସ୍ଥାନରେ ଧୀରଜ ସିଂହ, ରହିମ ଅଲୀଙ୍କ ସ୍ଥାନରେ ରୋହିତ ଦାନୁ ଏବଂ ସୁମିତ୍ ରାଠିଙ୍କ ବଦଳରେ ଚିଙ୍ଗ୍‌ଲେସାନା ସିଂହ ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking