ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ଶିକ୍ଷା ନିବେଶ ପାଇଁ ୮୫୦୦ ପଦବୀ ସୃଷ୍ଟି

ନୂଆଦିଲ୍ଲୀ : ଗତକାଲି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ୨୦୨୦ ପାଇଁ ୮୫୦୦ ଖାଲି ପଦବୀ ବାହାର କରିଛି । ପାର୍ଥୀମାନେ ଏସବିଆଇର ୱେବସାଇଟରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହି ଆବେଦନ ପରୀକ୍ଷା ପାଇଁ ବୟସ ସୀମା ୨୮-୩୦ ବର୍ଷ ଧାର୍ଯ୍ୟ କରାଯାଇଛି । ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏହି ଶିକ୍ଷାଗତ ପରୀକ୍ଷାର ଚୟନ ୨ଟି ସ୍ତରରେ ହେବ । ଅନଲାଇନ ମାଧ୍ୟମରେ ଓ ସ୍ଥାନୀୟ ଭାଷା ଚୟନ ମାଧ୍ୟମରେ ।
ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୦ ପାଇଁ ତାରିଖ ଗୁଡ଼ିକ ହେଲା :-
୧-ଆବେଦନ କରିବାପାଇଁ ତାରିଖ –ନଭେମ୍ବର ୧୯ ,୨୦୨୦
୨-ଆବେଦନ କରିବାର ଶେଷ ତାରିଖ- ଡ଼ିସେମ୍ବର ୧୦,୨୦୨୦
୩-ପରୀକ୍ଷାର ଧାର୍ଯ୍ୟ ତାରିଖ – ଜାନୂଆରୀ ,୨୦୨୧
ଏଥିପାଇଁ ମୋଟ ୮୫୦୦ଟି ନିଯୁକ୍ତି ପଦବୀ ଥିବାବେଳେ ସେଥିମଧ୍ୟରୁ ଅନୂସୁଚିତ ଜାତି ପାଇଁ ୧୩୮୮ଟି ,ଅନୁସୂଚିତ ଜନଜନଜାତି ପାଇଁ ୭୨୫ଟି , ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ୧୯୪୮ଟି , ଅର୍ଥନୌତିକ ସ୍ତରରେ ପଛୁଆ ବର୍ଗ ପାଇଁ ୮୪୪ଟି ଅନ୍ୟ ଜାତି ସମୂହ ପାଇଁ ୩୫୯୫ଟି ପଦ ରହିଛି । ଏହାପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖାଯାଇଛି । ମୋଟ ୧୦୦ ନମ୍ବରପାଇଁ ହେବାକୁ ଯାଉଥିବା ପରୀକ୍ଷାରେ ୨୫ ନମ୍ବର ସମସ୍ତ ବିଷୟ ପାଇଁ ଯଥା ସାଧାରଣଜ୍ଞାନ ପାଇଁ, ସାଧାରଣ ଇଂରାଜୀ, ଗଣିତ ଓ ରିଜୋନିଂଙ୍ଗ,କମ୍ପ୍ୟୁଟର ରହିବ ।

LEAVE A REPLY

Please enter your comment!
Please enter your name here