ବିଶ୍ୱାସ ନ ହେଲେବି ସତ, ଗୀତ ଗାଇବେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଗୀତ ଗାଇବେ ବିଧାୟକ ସୁର ରାଉତରାୟ | ତାହା ପୁଣି ରାପ | ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯିବ | ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟ ଏ ଗୀତର କିଛି ରାପ ଅଂଶ ଗାଇବେ | ଅରମାନ ମ୍ୟୁଜିକ ପ୍ରଯୋଜିତ ଏ ଗୀତଟିକୁ ଲେଖିଛନ୍ତି ତପୁ ନାୟକ | ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିବେ ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ | ଜନନାୟକମାନେ ଗାୟକ ଭୂମିକାରେ ଉପନୀତ ହେବା କିଛି ନୂଆ କଥା ନୁହେଁ | ସୁରଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି | ଏ ଗୀତର ଶୀର୍ଷକ ‘ରଙ୍ଗବତୀ.. ‘ ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଲୋକଙ୍କ ପ୍ରିୟ ଓ ପସନ୍ଦର ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜଣାଶୁଣା ଜାପାନୀ ଭାଇ | ତାଙ୍କର ନିଷ୍ଠାପର ସେବା, ପରୋପକାରୀ ମନୋଭାବ ଓ ଲୋକଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ପାଇଁ ଲୋକେ ତାଙ୍କୁ ଯେପରି ଭଲପାଇବା ଦେଇ ଆସିଛନ୍ତି ଏ ଗୀତକୁ ମଧ୍ୟ ସେପରି ଭଲପାଇବା ଦେବେ ବୋଲି ଆଶା | ଆଜି 20 ନଭେମ୍ବର, ଶୁକ୍ରବାର ଅପରାହ୍ନ 4ଟା ସମୟରେ କଟକସ୍ଥିତ (ସମ୍ରାଟ ହଲ ନିକଟସ୍ଥ ) ମିଲନ ଷ୍ଟଡ଼ିଓରେ ଏହି ଗୀତଟି ରେକର୍ଡ କରାଯିବ | ଆପଣଙ୍କ ରିପୋର୍ଟର/ ଫୋଟୋଗ୍ରାଫର/ଭିଡିଓଗ୍ରାଫରଙ୍କୁ ପଠାଇ ଏହାର ପ୍ରଚାର ପ୍ରସାର କରିବାରେ ବିଶେଷ ଅନୁରୋଧ |
————————————
ଯୋଗାଯୋଗ- ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ:9337122010
ହରପ୍ରସାଦ ମହାପାତ୍ର : 9938609853

LEAVE A REPLY

Please enter your comment!
Please enter your name here