ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ

ଯାଜପୁର : ଯାଜପୁର ମେଡିକାଲ କଲେଜ ଭିତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲାପାଳ ଚକ୍ରବର୍ତି ସିଂ ରାଠୋର । ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ । କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ ଗତିରେ କରାଯିବ ବୋଲି ନିଷ୍ପତି ହୋଇଥିଲା । ଭିତିଭୂମିର ବିକାଶ ହେବାପରେ ଏହି ମେଡିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ କରାଯିବ । ସେହିପରି ଯାଜପୁର ଜିଲାର ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଂଟର ଏବଂ ଜିଲା ସଦର ମହକୁମାରେ ୨ୟ ଏମସିଏଚ ବିଲ୍ଡିଂ ହେବା ପରେ ଆଗାମୀ ୨ ବର୍ଷ ମଧ୍ୟରେ ଯାଜପୁର ଜିଲା ମେଡିକାଲ ହବ ହେବାକୁଯାଉଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here