28.1 C
Bhubaneswar
Thursday, May 2, 2024
Homeଅପରାଧପ୍ରେମରେ ବାଧକ ସାଜୁଥିଲା ସ୍ୱାମୀ, ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ କଲା...

ପ୍ରେମରେ ବାଧକ ସାଜୁଥିଲା ସ୍ୱାମୀ, ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ କଲା…

ନୂଆଦିଲ୍ଲୀ: ରାଜସ୍ଥାନର ମଧୋପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଜିଲ୍ଲାର ଗଙ୍ଗାପୁର ସହରରେ ତିନିଦିନ ପୂର୍ବରୁ ଗଙ୍ଗାଜୀ କୋଠରୀରେ ହୋଇଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୋଲିସ । ସୂଚନା ଅନୁସାରେ, ଉକ୍ତ କୋଠରୀର ଥିବା କୂଅରୁ ଯେଉଁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା ସେହି ହତ୍ୟାକାଣ୍ଡ ଉପରେ ଥିବା ସବୁ ରହସ୍ୟର ପୋଲିସ ଖୁଲାସା କରିଛି । ମୃତ ଯୁବକଙ୍କୁ ତାଙ୍କ ପତ୍ନୀ ହିଁ ନିଜ ନାବାଳିକ ପ୍ରେମିକ ଦ୍ୱାରା ହତ୍ୟା କରାଇଥିଲା ବୋଲି ପୋଲିସ ସୂଚନା ଦେଇଛି । ତେବେ ବର୍ତ୍ତମାନ ପୋଲିସ ଦୁହିଁଙ୍କୁ ଗିରଫ କରିଛି । ଆଉ ତଦନ୍ତ ସମୟରେ ଦୁଇ ଅଭିଯୁକ୍ତ ମଧ୍ୟ ନିଦ ଦୋଷ ସ୍ୱୀକାର କରିଥିବା ପୋଲିସ କହିଛି । ମୃତ ଯୁବକ ଜଣକ ତାଙ୍କ ଅନୈତିକ ପ୍ରେମ ସଂପର୍କରେ ବାଧକ ସାଜୁଥିବାରୁ ଦୁହେଁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ । ସୂଚନାଯୋଗ୍ୟ ଯେ, ମେ ୧୩ ତାରିଖରେ ଗଙ୍ଗାଜୀ କୋଠରୀରେ ଥିବା କୂଅରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପରେ ପୋଲିସ ଖବର ପାଇ ସେଠାରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ଶବକୁ କୂଅରୁ ବାହାର କରିଥିଲା । ତେବେ ମୃତ ବିଜୟଙ୍କୁ ତାଙ୍କ ପତ୍ନୀଙ୍କ ଅବୈଧ ପ୍ରେମ ସଂପର୍କ ବିଷୟରେ ଜଣାପଡିଥିଲା । ଯାହାକୁ ନେଇ ସେ ତାଙ୍କ ସ୍ତ୍ରୀ ସହ ଝଗଡା କରିଥିଲେ ଏବଂ ତାକୁ ମାଡ ମଧ୍ୟ ମାରିଥିଲେ । ଏହାର ପ୍ରତିଶୋଧ ସ୍ୱରୂପ ସେ ତା ପ୍ରେମିକ ଦିଅର ସହ ବିଜୟଙ୍କୁ ହତ୍ୟା କରିବାର ଯୋଜନା କରିଥିଲା । ବିଜୟଙ୍କୁ ମଦ ପିଆଇ ପରେ କୂଅ ନିକଟକୁ ନେଇ ଧକ୍କା ଦେଇଥିବା ପୋଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking