28.1 C
Bhubaneswar
Wednesday, April 24, 2024
Homeଓଡିଶାଆକ୍ରନ୍ତଙ୍କ ସଂଖ୍ୟା ଶତକ ଛୁଇଁଲା

ଆକ୍ରନ୍ତଙ୍କ ସଂଖ୍ୟା ଶତକ ଛୁଇଁଲା

 
ଯାଜପୁର:ଯାଜପୁର ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଶତକ ଛୁଇଁଲା । ବିଶେଷକରି ରାଜ୍ୟ ବାହାରୁ ପେଂରୁଥିବା ପ୍ରବାସ ମାନଙ୍କ  ଯୋଗୁଁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ କାଲି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଥିବା ବେଳେ ଆଜି ଆଉ ୩୧ ଜଣ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି । ଆଜି ବିଂଝାରପୁର ବ୍ଲକରେ ୨୦, ବରୀ ବ୍ଲକରେ ୬ ଓ ରସୁଲପୁର ବ୍ଲକରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ମଧ୍ୟରୁ ୩୦ଜଣ  ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ସରକାରୀ କ୍ୱାରେନ ଟାଇନରେ ରହୁଥିଲେ । ସେହିପରି ଅନ୍ୟ ଜଣେ ଝାଡଖଣ୍ଡ ଫେରନ୍ତା ହୋଇଥିବା ବେଳେ ସେ ହୋମ କ୍ୱାରେନଟାଇନରେ ରହୁଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଜିଲ୍ଲାରୁ କାଲି ସୁଦ୍ଧା ୫୨ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ୬୯ଜଣ କଳିଙ୍ଗନଗରସ୍ଥିତ ଟାଟା ମେଡିକା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।  ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ରହୁଥିବା ବିଭିନ୍ନ ସରକାରୀ କ୍ୱାରେଂଟାଇନ ସେଂଟର ଗୁଡିକୁ ସାନିଟାଇଜ କରାଯିବା ସହ ସମ୍ପୃକ୍ତ ଏରିଆରେ ୧୪୪ ଧାରା ଜାରି କରାଯାଇଛି । ସେପଟେ କେନ୍ଦ୍ରରୁ ଆସିଥିବା ଏକ ସ୍ୱତନ୍ତ୍ର ଟିମ୍ ଜିଲାରେ କୋରୋନା ସ୍ଥିତିର ସମୀକ୍ଷା କରିବା ସହ କୋଭିଡ ହସ୍ପିଟାଲ ଏବଂ ବିଭିନ୍ନ କଂଟେନମେଂଟ ଅଂଚଳ ବୁଲି  ସ୍ଥିତି ସମିକ୍ଷା କରି ଫେରିଛନ୍ତି ।

ଆଖପାଖ ଅଂଚଳକୁ ବିଶୋଧନ


ଯାଜପୁର ଟାଉନ:କୋରୋନା ଭଳି ମହାମାରିରୁ ରକ୍ଷା ପାଇବା ପାଇଁ ସଂକ୍ରମଣକୁ ରୋକିବା ଆବଶ୍ୟକ । ସେଥିପାଇଁ ଯାଜପୁର ସହର ଏବଂ ଏହାର ଆଖପାଖ ଅଂଚଳକୁ ବିଶୋଧନ କରିବା ପାଇଁ ଆଗକୁ ଆସିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୋମସାନ । ଅନୁଷ୍ଠାନ ପକ୍ଷରୁ ବାଳାଶ୍ରମ, ଥାନା, ସରକାରୀ ଅଫିସ, ସମେତ ସହରର ବିଭିନ୍ନ ବଜାର ଘାଟ, ଦୋକାନ ବଜାର କୁ ବିଶୋଧନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଯାଜପୁରର ପୂର୍ବତନ ପୌରପାଳ ଭବପ୍ରସାଦ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକରେ ସଂଗଠନର ସଦସ୍ୟ ମାନେ ବିଭିନ୍ନ ଗଳିକନ୍ଦି ବୁଲି ବିଶୋଧନ କାର୍ଯ୍ୟରେ ଲାଗିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking