32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକୋଇଲା କ୍ଷେତ୍ର ପାଇଁ ୫୦ ହଜାର କୋଟି ନିବେଶ

କୋଇଲା କ୍ଷେତ୍ର ପାଇଁ ୫୦ ହଜାର କୋଟି ନିବେଶ

ନୂଆଦିଲ୍ଲୀ: ଲଗାତର ଚତୁର୍ଥ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଅନେକ ସେକ୍ଟର ପଲିସି ରସଳୀକରଣ ଆବଶ୍ୟକ କରୁଛି । ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ସଂସ୍କାର ଆଣିବା ଜରୁରୀ ବୋଲି କହିଛନ୍ତି ନିର୍ମଳା । ଡିବିଟି, ଜିଏସଟି, ବ୍ୟାଙ୍କ ସଂସ୍କାର ଆଦି ବଡ ପଦକ୍ଷେପ ନିଆଯାଇଛି । ବିଭିନ୍ନ ସେକ୍ଟର ଏବେ ବିଭିନ୍ନ ଚ୍ୟାଲେଂଜ ସାମ୍ନା କରୁଛି । ସେଥିପାଇଁ ଉକ୍ତ ସେକ୍ଟରମାନଙ୍କୁ ସମୃଦ୍ଧ କରିବା ଏବେ ଜରୁରୀ ହୋଇପଡିଛି । କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ସଂସ୍କାର ଅଣାଯିବ । ଏହାଛଡା ବିମାନ ସେବା, ମହାକାଶ, ଆଣବିକ ବିଜ୍ଞାନ କ୍ଷେତ୍ରରେ ବି ସଂସ୍କାର ଅଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେହିପରି କୋଇଲା ଖଣି ନିଲାମ ପ୍ରକ୍ରିୟା ସରଳୀକରଣ କରାଯିବ । ସରକାରଙ୍କ ଘୋଷଣା ଅନୁଯାୟୀ, ଖୋଲା ନିଲାମ ହେବ । ଯାହାଦ୍ୱାରା ଅଧିକ ଲୋକ ଏହି କ୍ଷେତ୍ରକୁ ଆସିପାରିବେ । ଆଗକୁ ୫୦ଟି କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ । କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବ । ତେବେ ସମୟ ପୂର୍ବରୁ ଉତ୍ତୋଳନ କାର୍ଯ୍ୟ ସଂପାଦନ ହେଲେ ପ୍ରୋତ୍ସାହନ ରାଶି ମିଳିବ । ସେହିଭଳି କୋଇଲା ପରିବହନ ଭିତ୍ତିଭୂମି ପାଇଁ ୫୦ ହାଜର କୋଟି ଖର୍ଚ୍ଚ ହେବ । ଶିଶ୍ପ କାରଖାନାକୁ କଂଚାମାଲ ଯୋଗାଣ ପାଇଁ ଯୁଗ୍ମ ନିଲାମୀ ବ୍ୟବସ୍ଥା ହେବ । ମୂଳ ଖଣି ସହ ବିଜୁଳି ଉତ୍ପାଦନ ପାଇଁ ଆବଶ୍ୟକ ଖଣିଜ ବି ମିଳିପାରିବ । କ୍ୟାପଟିଭ୍ ଏବଂ ନନ କ୍ୟାପଟିଭ ଖଣି ଭିତରେ କୌଣସି ପାର୍ଥକ୍ୟ ରହିବନି ।
ସେହିପରି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଁ ବିଶେଷ ଦୃଷ୍ଟି ଦିଆଯିବ । ପ୍ରତିରକ୍ଷା ସାମଗ୍ରୀରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ । ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଖର୍ଚ୍ଚ ହ୍ରାସ କରିବାକୁ ବିଶେଷ ବ୍ୟବସ୍ଥା କରାଯିବ । ତେବେ କିଛି ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ କଡା କଟକଣା ଲାଗିବ । ଗୋଳାବାରୁଦ କାରଖାନା ନିଗମୀକରଣ ହେବ । ହେଲେ ଘରୋଇ କରଣ ହେବନି ବୋଲି ସେ କହିଛନ୍ତି । ବିଦେଶ ଉପରେ ନିର୍ଭର ନକରି ସ୍ୱଦେଶ ନିର୍ମିତ ହତିଆରକୁ ଗୁରୁତ୍ୱ ଦିଆଯିବ । ଏହାଦ୍ୱାରା ପ୍ରତିରକ୍ଷା ଖର୍ଚ୍ଚ ହ୍ରାସ କରାଯାଇପାରିବ । ପ୍ରତିରକ୍ଷା ସାମଗ୍ରୀରେ ଏଫଡିଆଇକୁ ୪୯ ପ୍ରତିଶତରୁ ୭୪ ପ୍ରିତଶତକୁ ବୃଦ୍ଧି କରାଯିବ ।
ଅନ୍ୟପଟେ ଏୟାର ସ୍ପେସକୁ ରେସନାଲାଇଜେସନ କରାଯିବାକୁ ବି ଘୋଷଣା ହୋଇଛି । ସମୟ ବଂଚାଇ ଶୀଘ୍ର ପହଂଚିବା ଏବଂ କମ୍ ଇନ୍ଧନ ଖର୍ଚ୍ଚ କରିବା ଲକ୍ଷ୍ୟ ରହିବ । ୧୨ଟି ବିମାନବନ୍ଦର ଉନ୍ନତୀକରଣ ପିପିପି ମୋଡରେ କରାଯିବ । ଭିତ୍ତିଭୂମି ନିର୍ମାଣ ଓ ଯାତ୍ରୀଙ୍କ ସୁବିଧା ପାଇଁ ଉନ୍ନତୀକରଣ କରାଯିବ । କେନ୍ଦ୍ର ଶାସିତ ଅଂଚଳରେ ବିଦ୍ୟୁତ ବିତରଣଘରୋଇ କରଣ ହେବ । ସେହିଭଳି ପିପିପି ମୋଡରେ ଏକ ରିସର୍ଚ୍ଚ ରିଆକ୍ଟର ପ୍ରତିଷ୍ଠା କରାଯିବ । କ୍ୟାନସର ରୋଗ ନିରାକରଣ ନେଇ ରିସର୍ଚ୍ଚ ରିଆକ୍ଟର ହେବ । ରିସର୍ଚ୍ଚ ରିଆକ୍ଟରେ ମେଡିକାଲ ଆଇସୋଟୋପ୍ ଉତ୍ପାଦନ କରାଯିବ । ପଚନଶୀଳ ପରିବା ସଂରକ୍ଷଣ ପାଇଁ ବିକିରଣ ଟେକ୍ନୋଲୋଜୀ ବ୍ୟବହାର ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking