23.1 C
Bhubaneswar
Monday, February 16, 2026
Homeଦେଶ ବିଦେଶଥାନାକୁ ଗଲେ ଦାଦା

ଥାନାକୁ ଗଲେ ଦାଦା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ସାଇବର ଧମକ। ଏହାକୁ ନେଇ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। କୋଲକାତା ପୁଲିସ ନିକଟରେ ସେ ସାଇବର ଧମକ ଏବଂ ମାନହାନୀ ଅଭିଯୋଗ ଦାଖଲ କରିଛନ୍ତି।

ବୁଧବାର ସୌରଭ ଗାଙ୍ଗୁଲିଙ୍କ ସଚିବ ତରଫରୁ ଥାନାରେ ଅଭିଯୋଗ ହୋଇଛି। ଇ-ମେଲ ଜରିଆରେ ଜଣେ ମୃଣମୟ ଦାସ ନାମକ ବ୍ୟକ୍ତି ସହ ଜଡିତ ସାଇବର ଧମକ ଓ ମାନହାନୀ ମାମଲରେ ଏହି ଅଭିଯୋଗ ଦାଖଲ କରାଯାଇଛି। ଏହି ବ୍ୟକ୍ତି ସୋଶାଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହା ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରି ବ୍ୟବହୃତ ହୋଇଛି ଯାହା ତାଙ୍କ ପ୍ରତିଷ୍ଠା ପାଇଁ କ୍ଷତିକାରକ ବୋଲି ଅଭିଯୋଗରେ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking