28.1 C
Bhubaneswar
Sunday, April 28, 2024
Homeଅପରାଧସୈତାନ ସାଜିଲା ପ୍ରେମିକ; ନାବାଳିକା ପ୍ରେମିକା ସହ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ସୈତାନ ସାଜିଲା ପ୍ରେମିକ; ନାବାଳିକା ପ୍ରେମିକା ସହ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଲକ୍ଷ୍ନୌ: ପ୍ରେମର ନଗରୀ ଆଗ୍ରାରେ ଘଟିଛି ପ୍ରେମର ଏକ କଳଙ୍କିତ ଅଧ୍ୟାୟ । ହୃଦୟ ଦେଇ ଭଲ ପାଇଥିବା ପ୍ରେମିକାକୁ ମିଳିଛି ଧୋକା । ପ୍ରେମିକାର ଭରସାକୁ ଭାଙ୍ଗି ତାକୁ ବେଶ୍ୟାବୃତ୍ତି ପାଇଁ ବିକ୍ରି କରିଛି ଧୋକେବାଜ ପ୍ରେମିକ । ସୂଚନା ଅନୁଯାୟୀ ଗତ ଶନିବାର ଦିନ ଆଗ୍ରାର ତାଜଗଞ୍ଜର ବସଇ ସ୍ଥିତ ଏକ କୋଠାରେ ପୋଲିସ ଚଢାଉ କରିଥିଲା । ସେଠାରେ ଜଣେ ନାବାଳିକାକୁ ଉଦ୍ଧାର କରିବା ସହ ୨ ଜଣ ମହିଳା ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସର କହିବା ମୁତାବକ, ନାବାଳିକା ଜଣକ ୧୭ ବର୍ଷର ହୋଇଥିବା ବେଳେ ତାଙ୍କ ଘର ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଅବସ୍ଥିତ । ପୀଡିତାଙ୍କ ପିତାଙ୍କ ଦେହ ସବୁବେଳେ ଖରାପ ରହୁଥିଲା ।

ସେଥିପାଇଁ ସେ ନିଜ ବାପାଙ୍କ ଚିକିତ୍ସା ପାଇଁ ସେହି ଅଞ୍ଚଳର ଆକାଶ ନାମକ ଯୁବକଠାରୁ କରଜ ନେଇଥିଲେ । କରଜର ସୁଧ ନେବା ପାଇଁ ଆକାଶ ନିୟମିତ ଆସୁଥିବା ବେଳେ ପୀଡିତାଙ୍କୁ ନିଜ ପ୍ରେମଜାଲରେ ଫସାଇଥିଲା । ମିଠା ମିଠା ବାହାନା କରି ଆକାଶ ପୀଡିତାଙ୍କୁ ନିଜ ସହିତ ଆଗ୍ରାକୁ ନେଇ ଯାଇଥିଲା । କିଛି ଦିନ ନିଜ ସହିତ ରଖିବା ପରେ ପୀଡିତାଙ୍କୁ ବେଶ୍ୟାଳୟରେ ବିକ୍ରି କରିଦେଇଥିଲା ପ୍ରେମିକ । ବେଶ୍ୟାଳୟର ମାଲିକାଣୀ ନୂତନ ପୀଡିତାଙ୍କୁ ବନ୍ଧକ ବନେଇ ଜୋରବରଦସ୍ତି ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ । ଉଦ୍ଧାର କରିବା ସମୟରେ ନିଜ ଉପରେ ହୋଇଥିବା ନିର୍ମମ ଅତ୍ୟାଚାରର ଘଟଣା କହିବା ମାତ୍ରେ ପୀଡିତା ନିଜ ଲୁହକୁ ସମ୍ଭାଳି ପାରିନଥିଲେ । ପୋଲିସ ବର୍ତ୍ତମାନ ନାବାଳିକାଙ୍କ କାଉନସେଲିଂ କରୁଛି ।

ଏହା ସହିତ ତାର ପରିବାର ବର୍ଗଙ୍କ ସହିତ ଯୋଗାଯୋଗ ମଧ୍ୟ କରାଯାଇଛି । ଆଗ୍ରାର ଫ୍ରିଡମ ଫର୍ମ ନାମକ ଏକ ସଂସ୍ଥାଠାରୁ ସୂଚନା ପାଇ ତାଜଗଞ୍ଜ ପୋଲିସ ଓ ମାନବ ଚାଲାଣ ନିରୋଧୀ ଟିମ୍ ମିଳିତ ଭାବେ ସଦର ବଜାର ଏସିପି ପିୟୂଷ କାନ୍ତ ରାୟଙ୍କ ନେତୃତ୍ୱରେ ବେଶ୍ୟାଳୟ ଉପରେ ରେଡ କରିଥିଲେ । କିନ୍ତୁ ପୋଲିସ ପହଞ୍ଚିବା ଆଗରୁ କୋଠାର ମାଲିକାଣୀ ନୂତନ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରୁ ପୋଲିସ ପିପଲ ମଣ୍ଡି ନିବାସୀ ଦୀପକ, କାଶ୍ମିରୀ ବଜାର ନିବାସୀ ଫୈଜାନ, ତାଜଗଞ୍ଜ ନିବାସୀ ଆଦିଲ ସମେତ ଅନ୍ୟ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ନୂତନକୁ ପୋଲିସ ଖୋଜିବାପାଇଁ ପ୍ରୟାସ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking