28.1 C
Bhubaneswar
Sunday, April 28, 2024
Homeଅପରାଧଅଶ୍ଲୀଳ ଭିଡ଼ିଓ ଦେଖି ଶିଶୁକନ୍ୟାକୁ ଦୁଷ୍କର୍ମ କଲେ ଦୁଇ ନାବାଳକ

ଅଶ୍ଲୀଳ ଭିଡ଼ିଓ ଦେଖି ଶିଶୁକନ୍ୟାକୁ ଦୁଷ୍କର୍ମ କଲେ ଦୁଇ ନାବାଳକ

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୫ ବର୍ଷୀୟା ଶିଶୁକନ୍ୟାକୁ ସ୍କୁଲ ପରିସରରେ ଦୁଷ୍କର୍ମ କରାଯାଇଛି। ଆଶ୍ଚର୍ଯ୍ୟକର କଥା ହେଉଛି, ପୀଡିତା ଶିଶୁକନ୍ୟା ସହ ସେହି ସ୍କୁଲରେ ପଢୁଥିବା ଦୁଇ ଜଣ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଦୁଇ ନାବାଳକଙ୍କ ବୟସ ୮ ଓ ୧୦ ବର୍ଷ ହେବ । ସେମାନେ ଅଶ୍ଳୀଳ ଭିଡିଓ ଦେଖି ଏଭଳି ପାଶବିକ କାଣ୍ଡ ଭିଆଇଥିବା ପୋଲିସ କହିଛି । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଛି । ଅଭିଯୋଗ ଅନୁଯାୟୀ, ଏହି ଘଟଣାଟି ଗତ ଶୁକ୍ରବାରର ।

ଉତ୍ତରପ୍ରଦେଶର ଧନପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି । ମଧ୍ୟାହ୍ନ ଭୋଜନ ବ୍ରେକ ସମୟରେ ସ୍କୁଲ ପରିସରରେ ୫ ବର୍ଷୀୟା ଶିଶୁକନ୍ୟାକୁ ସ୍କୁଲର ଦୁଇ ଜଣ ନାବାଳକ ଛାତ୍ର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଶିଶୁ ଜଣକ ଧନପୁରର ଏକ ଘରୋଇ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ଘଟଣା ଦିନ ଶିଶୁକନ୍ୟା ଜଣକ ଘରକୁ ଫେରିବା ପରେ ବାପାମାଆଙ୍କ ଆଗରେ ସବୁକଥା ଜଣାଇଥିଲେ । ପରେ ତାଙ୍କ ପରିବାରର ସଦସ୍ୟ ଥାନାରେ ପହଞ୍ଚି ଅଭିଯୋଗ କରିଥିବା ପୋଲିସ ଅଧୀକ୍ଷକ ଭିନିତ ଜୈସୱାଲ ସୂଚନା ଦେଇଛନ୍ତି । ଅଭିଯୋଗ ପରେ ଶନିବାର ଦିନ ପୀଡିତା ଶିଶୁକନ୍ୟାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ତେବେ ଅଭିଯୁକ୍ତ ଦୁଇ ନାବାଳକ ଅଶ୍ଳୀଳ ଭିଡିଓ ଦେଖିବା ପରେ ଏହିପରି ଅପରାଧ କରିଥିବା ସ୍ୱୀକାର କରିଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking