31.1 C
Bhubaneswar
Thursday, May 14, 2026
Homeଦେଶ ବିଦେଶହଟିଲା ୫୮ ବର୍ଷର କଟକଣା: ଆର୍‌ଏସ୍‌ଏସ୍‌ରେ ଯୋଗ ଦେଇପାରିବେ ସରକାରୀ କର୍ମଚାରୀ

ହଟିଲା ୫୮ ବର୍ଷର କଟକଣା: ଆର୍‌ଏସ୍‌ଏସ୍‌ରେ ଯୋଗ ଦେଇପାରିବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉପରେ ଲାଗୁ ୫୮ ବର୍ଷର ଏକ କଟକଣାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି । ଏହା ଫଳରେ ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନେ ଅଂଶଗ୍ରହଣ କରିପାରିବେ । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେପଟେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହାକୁ ସ୍ୱାଗତ କରିଛି । କଂଗ୍ରେସ ନେତାମାନେ ସରକାରୀ ନିର୍ଦ୍ଦେଶର ଏକ ନକଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରି ସରକାରଙ୍କ ସମାଲୋଚନା କରିଛନ୍ତି ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଏଣିକି ସରକାରୀ ବାବୁମାନେ ହାଫପ୍ୟାଣ୍ଟ ପିନ୍ଧି ଅଫିସ ଆସିବେ । ସେପଟେ ଭାରତୀୟ ଜନତା ପାର୍ଟି (ବିଜେପି) ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଏହି ନିର୍ଦ୍ଦେଶର ସ୍କ୍ରିନ୍ ସଟ୍ ସେୟାର କରି କହିଛନ୍ତି ଯେ ୫୮ ବର୍ଷ ପୂର୍ବେ ଜାରି ହୋଇଥିବା ଅସାମ୍ବିଧାନିକ ନିର୍ଦ୍ଦେଶନାମାକୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ପ୍ରତ୍ୟାହାର କରିନେଇଛନ୍ତି । ୫୮ ବର୍ଷ ପୂର୍ବେ ୧୯୬୬ମସିହାରେ ତତକାଳୀନ ଇନ୍ଦିରା ଗାନ୍ଧି ସରକାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକଳାପରେ ସରକାରୀ କର୍ମଚାରୀଙ୍କ ଅଂଶଗ୍ରହଣ କରିବା ଉପରେ ପ୍ରତବନ୍ଧକ ଲଗାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking