32.1 C
Bhubaneswar
Sunday, April 28, 2024
Homeଅପରାଧବୃଦ୍ଧାଙ୍କୁ ହତ୍ୟା କରି ହାତ ଗୋଡ କାଟି ଡ୍ରମରେ ପୁରାଇ ଫିଙ୍ଗିଦେଲେ ଦୃର୍ବୁତ୍ତ

ବୃଦ୍ଧାଙ୍କୁ ହତ୍ୟା କରି ହାତ ଗୋଡ କାଟି ଡ୍ରମରେ ପୁରାଇ ଫିଙ୍ଗିଦେଲେ ଦୃର୍ବୁତ୍ତ

ବେଙ୍ଗାଲୁରୁ: ୬୫ ବର୍ଷିୟା ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ଏକାକୀ ରହୁଥିବା ବୃଦ୍ଧାଙ୍କୁ ହତ୍ୟା କରି ହାତ ଗୋଡ କାଟି ଡ୍ରମରେ ପୁରାଇ ଫିଙ୍ଗିଦେଲେ ଦୃର୍ବୁତ୍ତ । ଗତକାଲି ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ଟଙ୍କା ପାଇଁ କୌଣସି ପରିଚିତ ବ୍ୟକ୍ତି ବୃଦ୍ଧାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ସେପଟେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ବେଙ୍ଗାଲୁରୁର କେଆର ପୁରମରେ । ପୋଲିସର ସୂଚନା ଅନୁସାରେ, କର୍ଣ୍ଣାଟକ ଚିକ୍କାବାଲ୍ଲପୁର ଜିଲ୍ଲା କେଆର ପୁରମ ଥାନା ଅଞ୍ଚଳର ନିଶାରାଗ ଲେଆଉଟର ଏକ ବିଲ୍ଡିଂରେ ଗତ ୧୦ ବର୍ଷ ଧରି ସୁଶିଲାମ୍ମା (୬୫) ନାମକ ଜଣେ ବୃଦ୍ଧା ରହିଆସୁଥିଲେ ।

ବୃଦ୍ଧାଙ୍କର ଗୋଟିଏ ପୁଅ ଥିବା ବେଳେ ଦୁଇଟି ଝିଅ ଅଛନ୍ତି । କିନ୍ତୁ ବୃଦ୍ଧା ଜଣଙ୍କ ତାଙ୍କ ପିଲାମାନଙ୍କ ଠାରୁ ଅଲଗା ରହୁଥିଲେ । ବୃଦ୍ଧା ରହୁଥିବା ବିଲ୍ଡିଂରେ ତାଙ୍କ ସାନ ଝିଅ ମଧ୍ୟ ରହୁଥିବା ବେଳେ ପାଖରେ ଥିବା ଅନ୍ୟ ଏକ ବିଲ୍ଡିଂରେ ବୃଦ୍ଧାଙ୍କ ପୁଅ ରହୁଥିଲେ । ବୃଦ୍ଧାଙ୍କ ପୁଅ ପ୍ରତିମାସରେ ବୃଦ୍ଧାକୁ ୨ରୁ ୩ ହଜାର ଟଙ୍କା ପଠାଉଥିଲେ । ତେବେ ଗତକାଲି ବୃଦ୍ଧଙ୍କୁ କେହି ଦୃର୍ବୁତ୍ତ ହତ୍ୟା କରିବା ତାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଏକ ୧୦ ଲିଟର କ୍ଷମତା ବିଶିଷ୍ଟ ଡ୍ରମ୍‌ରେ ପୁରାଇ ରାସ୍ତାରେ ଫିଙ୍ଗି ଦେଇଥିଲା । ସ୍ଥାନୀୟ ଲୋକମାନେ ଡ୍ରମ୍‌କୁ ଦେଖିବା ପରେ ସନ୍ଦେହ କରି କେଆର ପୁରମ ଥାନା ପୋଲିସକୁ ସୂଚନା ଦେଇଥିଲା ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରମ୍ ଭିତରୁ ବୃଦ୍ଧାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଦିନେଶ ନାମକ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲେ । ବୃଦ୍ଧା ସୁଶିଲାମ୍ମା ଜଣେ ବିଜେପି କର୍ମୀ ଥିବା ବେଳେ ନିର୍ବାଚନ ପାଇଁ ବିଜେପିର ପ୍ରଚାର ମଧ୍ୟ କରିଥିଲେ । ଏହି ସମୟରେ ଦିନେଶ ନାମକ ଏହି ବ୍ୟକ୍ତିଙ୍କ ସହ ପରିଚିତ ହୋଇଥିଲା । ଦିନେଶ ପ୍ରାୟତଃ ବୃଦ୍ଧାଙ୍କ ଘରକୁ ଯିବା ଆସିବା କରୁଥିଲେ । ତେବେ ଟଙ୍କା ପାଇଁ ଦିନେଶ ବୃଦ୍ଧାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି । ଏଥିପାଇଁ ପୋଲିସ ଦିନେଶକୁ ଥାନାକୁ ନେଇ ପଚରାଉଚରା କରୁଛି । ଫରେନ୍ସିକ ଲାବୋରେଟୋରୀ ଏକ୍ସପର୍ଟ ଓ ଅତିରିକ୍ତ ପୋଲିସ କମିଶନର ରମନ ଗୁପ୍ତା ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେଆର ପୁରମରେ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ହତ୍ୟା ପଛର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking