28.1 C
Bhubaneswar
Thursday, May 2, 2024
Homeଓଡିଶାଆକ୍ସନରେ ମାଫିଆଙ୍କ ରିଆକ୍ସନ, ଘାଇଲା ତହସିଲଦାର ଥାନାରେ ଅଭିଯୋଗ କଲେ

ଆକ୍ସନରେ ମାଫିଆଙ୍କ ରିଆକ୍ସନ, ଘାଇଲା ତହସିଲଦାର ଥାନାରେ ଅଭିଯୋଗ କଲେ

ମୟୂରଭଞ୍ଜ : ତହସିଲଦାରଙ୍କ ଆକ୍ସନରେ ବାଲି ମାଫିଆଙ୍କ ସିରିୟସ ରିଆକ୍ସନ । ଆକ୍ସନ ମୁଡରେ କାର‌୍ୟ୍ୟକରି ସରକାରୀ ରାଜକୋଷକୁ ରାଜସ୍ଵ ସଂଗ୍ରହ କରିବା ଉଦ୍ୟମ ହେଲା ତହସିଲଦାରଙ୍କ ପାଇଁ କାଳ । ଜୀବନକୁ ବାଜି ଲଗାଇ ଡ୍ୟୁଟି କରି ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣର ଶିକାର ହେଲେ ସାରସକଣା ତହସିଲର ତହସିଲଦାର । ଯାହା ସରକାରୀ ରାଜସ୍ଵ ବିଭାଗକୁ ବାଲି ମାଫିଆଙ୍କ ଖୋଲା ଚ୍ୟାଲେଞ୍ଜ ବୋଲି ଆଲୋଚନା ହେଉଛି । ସୌଭାଗ୍ୟବଶତଃ ସାରସକଣା ବିଧାନସଭା କ୍ଷେତ୍ରକୁ ଲାଗିଥିବା ବାଙ୍ଗରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ଏବେ ରାଜ୍ୟ ସରକାରଙ୍କ ରାଜସ୍ଵ ମନ୍ତ୍ରୀ ହୋଇଥିଲା ବେଳେ ଏହାର ମୁକାବିଲା କରିବାକୁ ରାଜସ୍ଵ ବିଭାଗ ଅଣ୍ଟା ଭିଡୁଛି ନା ମାଫିଆଙ୍କ ଆଗରେ ମୁଣ୍ଡ ନୁଆଁଉଛି ତାହା ଉପରେ ସମସ୍ତଙ୍କ ନଜର । ଖବର ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବେଆଇନ୍ ଭାବେ ଟ୍ରାକ୍ଟର ଯୋଗେ ବାଲିଚାଲାଣ ହେଉଥିବା ଖବରପାଇ ଚଢାଉ ପାଇଁ ଯାଇ ମୟୂରଭଞ୍ଜ ଜିଲ୍ଲା ସାରସକଣା ଭାରପ୍ରାପ୍ତ ତହସିଲଦାର ମହିନି କୁମାର ନାୟକଙ୍କୁ ମରଣାନ୍ତକ ଆକ୍ରମଣର ଶିକାର ହେବାକୁ ପଡିଛି । ଏନେଇ ସାରସକଣା ତହସିଲଦାର ମହିନି ନାଏକ ଝାରପୋଖରୀଆ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି ।
ପ୍ରକାଶ ଥାଉକି ଭାରପ୍ରାପ୍ତ ତହସିଲଦାର ସ୍ଥାନୀୟ ଏ.ଆର.ଆଇ. ମାନଙ୍କୁ ନେଇ ଧଳା ରଙ୍ଗର ସ୍କର୍ପିଓରେ ବାଲି ବୋଝେଇ ହୋଇ ଯାଉଥିବା ଟ୍ରାକ୍ଟରକୁ ପିଛା କରୁଥିବା ସମୟରେ, ତହସିଲଦାରଙ୍କ ଗାଡିକୁ ଦୁର୍ଘଟଣା କରାଇବା ପରି ପରିସ୍ଥିତି ସୃଷ୍ଟି କରି ଖସିପଳାଇ ଯାଉଥିବା ବେଳେ, ତହସିଲଦାର ପିଛାକରି ପାଣ୍ଡରା ଗ୍ରାମକୁ ପହଁଛିଥିଲେ । ତେବେ ତହସିଲଦାର ଘଟଣାସ୍ଥଳରୁ ଫେରିବା ବାଟରେ ଅଚାନକ ୭ରୁ ୮ଜଣ ଲୋକ ଗାଡିକୁ ଅଟକାଇବା ଅତର୍କିତ ଆକ୍ରମଣ କରିଥିଲେ । ଏମିତି କି ଭଡାରେ ଆଣିଥିବା ସ୍କର୍ପିଓ ଗାଡିର ଆଗ କାଚ ଓ ଝରକା କାଚ ମାରି ଭାଙ୍ଗିବା ସହ ଡ୍ରାଇଭରକୁ ଆକ୍ରମଣ ପରେ ତହସିଲଦାରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣରେ ତହସିଲଦାରଙ୍କ ଗାଡି ଭାଙ୍ଗିରୁଜି ଯାଇଥିବାବେଳେ ସେ ଗୁରୁତର ଭାବେ ଆହତ ହୋଇଥିବା ଦେଖିବାକୁ ମିଳିଛି । ଖବରପାଇ ଝାରପୋଖରିଆ ଥାନା ଏସଆଇ ଏ.କେ. ଟୁଡୁ ଘଟଣାସ୍ଥଳରେ ପହଁଚି ତହସିଲଦାରଙ୍କୁ ଉଦ୍ଧାର କରି ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ଆଣିଥିଲେ । ତେବେ ଏ ଆକ୍ରମଣ ପଛରେ ବାଲି ମାଫିଆ ସଂପୃକ୍ତ ରହିଛନ୍ତି କି ଅଜଣା ଦୁର୍ବୃତ୍ତମାନେ ତହସିଲଦାରଙ୍କୁ ଆକ୍ରମଣ କଲେ ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତଦନ୍ତ ପରେ ସବୁ ରହସ୍ୟ ଉନ୍ମୋଚନ ହେବ ପଦାକୁ ଆସିବ ଆକ୍ରମଣକାରୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking