26.1 C
Bhubaneswar
Friday, March 29, 2024
Homeଅପରାଧଦ୍ୱିତୀୟ ସ୍ତ୍ରୀର ଅଭିଯୋଗ ନିର୍ଯ୍ୟାତିତ ,ପ୍ରଥମ ସ୍ତ୍ରୀ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ଦ୍ୱିତୀୟ ସ୍ତ୍ରୀର ଅଭିଯୋଗ ନିର୍ଯ୍ୟାତିତ ,ପ୍ରଥମ ସ୍ତ୍ରୀ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ମୟୂରଭଞ୍ଜ : ବିଜେଡି ନେତା ତଥା ସମାଜସେବୀ ସ୍ୱାମୀ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ । ଆଉ ଏଭଳି ଅଭିଯୋଗକୁ ସମର୍ଥନ କରିଛନ୍ତି ଦ୍ୱିତୀୟ ସ୍ତ୍ରୀ । ଏବେ ତୃତୀୟ ନଂ ସହ ଏକ ଭଡାଘରେ ରହୁଥିବା କହିଛନ୍ତି ଦ୍ୱିତୀୟ ସ୍ତ୍ରୀ । ତେବେ କେତେ ଜଣଙ୍କ ସ୍ୱାମୀ ଅଭିନୟ କରି ନିରୀହ ସରଳ ବିଶ୍ବାସୀ ଯୁବତୀର ଜୀବନ ସହ ଖେଳ ଖେଳିବ ଭଣ୍ଡ ସମାଜସେବୀ ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା । ସେହିପରି ମହିଳା ସଶକ୍ତିକରଣକୁ ବିଶେଷ ଗୁରୁତ୍ୱ ଦେଇ ମହିଳା ଅଧିକାର ଓ ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି ଦଳର ଜିଲ୍ଲାରେ ଆଗଧାଡ଼ିର ମାନ୍ୟତା ପାଉଥିବା ସ୍ଥାନୀୟ ନେତାଙ୍କ ପାଖଲୋକ ହୋଇଥିବାରୁ ସୁରକ୍ଷିତ ରହି ଆସୁଥିବା ଆଲୋଚନା ହେଉଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ବାଙ୍ଗରିପୋଷି ଥାନା ଅଞ୍ଚଳରେ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ଅରୁଣ କୁମାର ବେହେରା ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ତେବେ ଅରୁଣ ମୟୂରଭଞ୍ଜ ଦିବ୍ୟଙ୍ଗ ସଂଘର ଜଣେ ବରିଷ୍ଠ କର୍ମକର୍ତ୍ତା ପରିଚୟ ଦେଇଥାନ୍ତି ବୋଲି କୁହାଯାଏ ।
ସୂଚନା ଅନୁସାରେ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁର ପ୍ରକାଶ ଚନ୍ଦ୍ର ବେହେରାଙ୍କ ପୁଅ ଅରୁଣ କୁମାର ବେହେରା ୨୦୧୦ ମସିହାରେ କପ୍ତିପଦା ଅଞ୍ଚଳର ମାମୁନିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘର ସମୟରେ ଏକ ମୋଟର ସାଇକେଲ ,ଆସବାବପତ୍ର ଓ ସମସ୍ତ ଗହଣା ଦାବି ମୁତାବକ ଆଣିଥିବା ବେଳେ ଝିଅ ଘର ଅତି ଗରିବ ହୋଇଥିବାରୁ ଦାବି ମୁତାବକ ୫ଲକ୍ଷ ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ । ତେଣୁ ମାମୁନିଙ୍କ ଶାଶୁ ,ଶଶୁର, ଓ ସ୍ୱାମୀ ସବୁ ସମୟରେ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସଙ୍ଗେସଙ୍ଗେ ବାପ ଘରୁ ଟଙ୍କା ଆଣିବା ପାଇଁ ମାମୁନିଙ୍କୁ ବାଧ୍ୟ କରୁଥିଲେ ଏବଂ ଟଙ୍କା ନ ଆଣିଲେ ଜୀବନରୁ ମାରିଦେବାର ଧମକ ଦେବା ସହିତ ମାଡ଼ପିଟ କରୁଥିଲେ ବୋଲି ମାମୁନି ତାଙ୍କ ଲିଖିତ ଏତଲାରେ ଦର୍ଶାଇଛନ୍ତି । ଏପରିକି ସ୍ୱାମୀ ଅରୁଣଙ୍କ ଅନୁପସ୍ଥିତରେ ତାଙ୍କ ଶଶୁର ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥାନ୍ତି ବୋଲି ମାମୁନି ଅଭିଯୋଗ କରିଛନ୍ତି।
ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବାର ମଧ୍ୟ ଅଭିଯୋଗ ଆସିଛି। ଗତ ୨୦/୧୦ /୨୦୧୯ରେ ସ୍ୱାମୀ, ଶଶୁର ଓ ଶାଶୁ ମାମୁନି ଙ୍କୁ ମାରପିଟ କରି ରକ୍ତାକ୍ତ ଅବସ୍ଥାରେ ଘରୁ ବାହାର କରିଦେଲା ପରେ ୨୮ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପିଡିତା ମାମୁନି । ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ କରୁଛି ବାଙ୍ଗରିପୋଷି ଥାନା ପୋଲିସ । ନିଜକୁ ଅରୁଣ ବେହେରାଙ୍କ ଦ୍ଵିତୀୟ ପତ୍ନୀ କହୁଥିବା ରଂଜିତା ବର୍ଷେ ପୂର୍ବରୁ ଅରୁଣ ବେହେରାଙ୍କ ନାମରେ ଥାନାରେ ଏକ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଅରୁଣ ଏବେ ଆଉ ଜଣେ ଝିଅ ସହିତ ସମୟ କାଟୁଥିବାର ଅଭିଯୋଗ କରିଛନ୍ତି ରଂଜିତା । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ଅସହାୟ ପତ୍ନୀ ଏବଂ ନିରୀହ ଶିଶୁ ମାନଙ୍କୁ ନ୍ୟାୟ ଦେବା ଦିଗରେ ପୋଲିସ କିପ୍ରକାର ପଦକ୍ଷେପ ଗ୍ରହଣ କରୁଛି ଜାଣିବାକୁ ବାକିରହିଲା ।
https://www.youtube.com/watch?v=3JGiceFvCWE

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking