ଭୁବନେଶ୍ୱର : ସନା ମହାଙ୍କୁଡଙ୍କୁ ନବୀନଙ୍କ ତାଗିଦ ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଏଥିରେ କିଛି ନା କିଛି ପେଞ୍ଚ ଥିବା ଜଣାପଡିଛି । ବାସ୍ତବ କଥା ନବୀନ ବାବୁ କହିପାରିବେ । ସନାତନ ମୂଳରୁ ଦଳରେ ନଥିଲେ । ସନାତନଙ୍କ ସବୁ ଦଳ ସହ ସମ୍ପର୍କ ଥିଲା କହିଛନ୍ତି ବିଜୟ । ବିଜେଡିର ଆବଶ୍ୟକତା ଥିବାରୁ ତାଙ୍କୁ ଆଣିଥିଲେ । ଦଳ ଠିକଠାକ ଚାଲୁନାହିଁ । ଏହା ସତ୍ୟ । ଦଳରେ କିଛି ଗୋଷ୍ଠୀ ନବୀନଙ୍କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି । ଦଳର ପରାଜୟ ସେହି ଗୋଷ୍ଠୀ ପାଇଁ ହିଁ ହୋଇଛି ।