42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସଲମାନଙ୍କ ଇଦ୍ ପାର୍ଟିରେ ଅନୁପସ୍ଥିତ କ୍ୟାଟ୍ରିନା, କଣ ନିମନ୍ତ୍ରଣ ହୋଇ ନ ଥିଲା କି ?

ସଲମାନଙ୍କ ଇଦ୍ ପାର୍ଟିରେ ଅନୁପସ୍ଥିତ କ୍ୟାଟ୍ରିନା, କଣ ନିମନ୍ତ୍ରଣ ହୋଇ ନ ଥିଲା କି ?

ମୁମ୍ବାଇ : ସଲମାନଙ୍କ ଇଦ ପାର୍ଟିରେ ଉପସ୍ଥିତ ନ ଥିଲେ କ୍ୟାଟ୍ରିନା କୈଫ । ତେବେ କଣ ଅଭିନେତ୍ରୀ ନିମନ୍ତ୍ରଣ ପାଇ ନାହାନ୍ତି କି ? ସୁପରଷ୍ଟାର ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ଆୟୁଷ ଶର୍ମା ଗତକାଲି ଇଦ୍ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ଅନେକ କଳାକାର ଅଂଶ ଗ୍ରହଣ କରିଥିଲେ । ଏହି ପାର୍ଟିର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କଙ୍ଗନା, ରଣବୀର ସିଂ, କରିସ୍ମାକପୁର, ଜ୍ୟାକଲିନ, କିଆରା ଆଡଭାନୀ, ସିଦ୍ଧାର୍ଥ ମଲୋହୋତ୍ରା, ଶେହନାଜ ଗିଲଙ୍କ ଭଳି ଅନେକ ତାରକା ଉପସ୍ଥିତ ରହିଥିଲେ ।କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପାର୍ଟିରେ କ୍ୟାଟ୍ରିନା ଅନୁପସ୍ଥିତ ରହିଥିଲେ । ଇଦ୍ ପାର୍ଟିରେ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳି ନ ଥିଲା । ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତାଙ୍କ ସହ କ୍ୟାଟ୍ରିନାଙ୍କ ର ଭଲ ସମ୍ପର୍କ ରହିଛି । ଗତ କିଛି ବର୍ଷ ଧରି ଇଦ୍ ପାର୍ଟି ରେ ଏକାଠି ନଜର ଆସୁଥିଲେ । କିନ୍ତୁ ଏଥର ପାର୍ଟିରେ ନଜର ଆସି ନ ଥିଲେ କ୍ୟାଟ୍ରିନା । କଣ ଅର୍ପିତା ତାଙ୍କୁ ନିମନ୍ତ୍ରଣ କରି ନାହାନ୍ତି କି ? ନା ରହିଛି ଅନ୍ୟ କିଛି କାରଣ । ତେବେ ସୂଚନା ଅନୁସାରେ ଇଦ୍ ସମୟରେ ମୁମ୍ବାଇରେ କ୍ୟାଟ୍ରିନା ଉପସ୍ଥିତ ନ ଥିଲେ । ସେ ତାଙ୍କ ସ୍ୱାମୀ ବିକି କୈାଶଲଙ୍କ ସହ ଦିଲ୍ଲୀରେ ଉପସ୍ଥିତ ଥିଲେ । ସେ ଏବେ ତାଙ୍କ ନୂଆ ଫିଲ୍ମ ସୁଟିଙ୍ଗରେ ବ୍ୟସ୍ତ ଥିବା ସୂଚନା ରହିଛି । ଏହା ବୋଧହୁଏ କାରଣ ହୋଇପାରେ କି ସଲମାନଙ୍କ ଇଦ୍ ରେ କ୍ୟାଟ୍ରିନାଙ୍କ ଅନୁପସ୍ଥିତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking