27.1 C
Bhubaneswar
Saturday, July 27, 2024
Homeଖେଳଦିବ୍ୟାଙ୍ଗ କ୍ରିକେଟର୍ ଆମିର ହୁସେନ୍‌ଙ୍କୁ ଭେଟିଲେ ସଚିନ୍

ଦିବ୍ୟାଙ୍ଗ କ୍ରିକେଟର୍ ଆମିର ହୁସେନ୍‌ଙ୍କୁ ଭେଟିଲେ ସଚିନ୍

ବିଜବେହରା : ମାଷ୍ଟର ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ନିଜ କଶ୍ମୀର ଗସ୍ତ ଅବସରରେ ହାତ ନଥିବା ଚର୍ଚ୍ଚିତ ଦିବ୍ୟାଙ୍ଗ କ୍ରିକେଟର୍ ଆମିର ହୁସେନ୍ ଲୋନ୍‌ଙ୍କୁ ତାଙ୍କ ବେଜବେହରାର ବାଘାମା ଗ୍ରାମସ୍ଥିତ ଘରେ ଭେଟିଛନ୍ତି । ଏହି ଅବସରରେ ସଚିନ୍ ତାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରି ତାଙ୍କ ସଫଳତାର କାହାଣୀ ଜାଣିବାକୁ ପାଇଥିଲେ । ଆମିର ହେଉଛନ୍ତି ସେହି କ୍ରିକେଟର୍‌, ଯିଏ ଗୋଡ଼ରେ ବୋଲିଂ କରିବା ସହିତ ବେକ ଏବଂ କାନ୍ଧ ମଧ୍ୟରେ ବ୍ୟାଟ୍ ରଖି ବ୍ୟାଟିଂ କରିଥାନ୍ତି । ଗତ ମାସରେ ସୋସିଆଲ୍ ମିଡିଆରେ ଆମିରଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହାକୁ ଦେଖି ସଚିନ୍ ତାଙ୍କୁ ଭେଟିବାକୁ ଇଚ୍ଛାପ୍ରକାଶ କରିବା ସହିତ ଆମିରଙ୍କୁ ଭେଟିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏବେ ସଚିନ୍ ନିଜ ପ୍ରତିଶ୍ରୁତ ରକ୍ଷା କରିଛନ୍ତି । ଆମିରଙ୍କ ବ୍ୟାଟ୍‌ରେ ସଚିନ୍ ଅଟୋଗ୍ରାଫ୍ ଦେବା ସହ ‘ଆମିର ତୁମେ ପ୍ରକୃତ ହୀରୋ । ଏପରି ପ୍ରେରିତ କରୁଥାଏ’ ବୋଲି ମଧ୍ୟ ଲେଖିଛନ୍ତି ।

୩୪ ବର୍ଷୀୟ ଦିବ୍ୟାଙ୍ଗ କ୍ରିକେଟର୍ ଆମିର ହୁସେନ୍ ଲୋନ୍‌ଙ୍କର ଏକ ଭିଡିଓ ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏଥିରେ ପିଲାଦିନେ ଦୁଇଟି ଯାକ ହାତ ହାତ ହରାଇଥିବା ଆମିର କାନ୍ଧ ଓ ବେକ ସହାୟତାରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ସେ ଗୋଡ଼ରେ ମଧ୍ୟ ବୋଲିଂ କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ତେନ୍ଦୁଲକର ମଧ୍ୟ ରିପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ, ‘ଆମିର ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଏହାକୁ ଦେଖି ମୁଁ ବହୁ ପ୍ରଭାବିତ ହୋଇଛି । ଏଥିରୁ ଜଣାପଡ଼ୁଛି କ୍ରିକେଟ୍ ଖେଳ ପ୍ରତି ତାଙ୍କର କେବେ ଭଲପାଇବା ଏବଂ ସମର୍ପଣ ଭାବ ରହିଛି । ଆଶା କରୁଛି ଦିନେ ତାଙ୍କୁ ଭେଟିବି ଏବଂ ତାଙ୍କ ନାମର ଜର୍ସି କିଣିବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking