28.1 C
Bhubaneswar
Saturday, July 27, 2024
Homeଓଡିଶାହାଲୁକା ବର୍ଷିଲା, ସାମାନ୍ୟ ଆଶ୍ୱସ୍ତି

ହାଲୁକା ବର୍ଷିଲା, ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ରାଜ୍ୟରେ ଟାଣଖରାରୁ ସାମୟିକ ଆଶ୍ୱସ୍ତି ମିଳିଛି । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ତଳମୁହାଁ ହୋଇଛି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇଛି । ୯ ଜିଲ୍ଲାରେ କୋହଲା ପାଗ ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ଜଣାପଡ଼ିଛି । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ହାଲୁକା ବର୍ଷା ହୋଇଛି । ବଢୁଥିବା ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମେଘୁଆ ପାଗ ସହ ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ହୋଇଛି ବର୍ଷା । ଫଳରେ ତଳ ମୁହାଁ ହୋଇଛି ପାରଦ । ଆଜିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୪ ଜିଲ୍ଲାକୁ ବର୍ଷା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବିଶେଷ ଭାବେ ଏନେଇ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ ଜିଲ୍ଲା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଉତ୍ତର ଓ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ଗତ କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ଛୁଇଁ ଥିଲା । ଟିଟିଲାଗଡ଼ରେ ୩୬, ଭବାନୀପାଟଣାରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଅନେକ ସ୍ଥାନରେ ୩୫ ଡିଗ୍ରୀ ପାର୍ କରିଥିଲା ପାରଦ । ମାଘରେ ବାଘ ଜାଡ଼ ବଦଳରେ ତତଲା ପବନ ବହିଛି । ସିଝୁଛି ସାରା ଓଡ଼ିଶା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking