29.1 C
Bhubaneswar
Saturday, July 27, 2024
Homeଖେଳହୃଦ୍‌ଘାତରେ ଟଳିପଡ଼ିଲେ କ୍ରିକେଟର୍

ହୃଦ୍‌ଘାତରେ ଟଳିପଡ଼ିଲେ କ୍ରିକେଟର୍

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଆୟୋଜିତ ଏଜିସ୍ ସାଉଥ୍ ଜୋନ୍ ଟୁର୍ଣ୍ଣାମେଣ୍ଟ୍‌ରେ କର୍ଣ୍ଣାଟକର ୩୪ ବର୍ଷୀୟ ପୂର୍ବତନ କ୍ରିକେଟର୍ କେ. ହୋୟସଲାଙ୍କ ହୃଦ୍‌ଘାତରେ ନିଧନ ହୋଇଛି । ଏହି ଘଟଣା ଗୁରୁବାରର । ବେଙ୍ଗାଲୁରୁର ଆର୍‌ଏସ୍‌ଆଇ ଗ୍ରାଉଣ୍ଡ୍‌ରେ ଗୁରୁବାର ଏଜିସ୍ ସାଉଥ୍ ଜୋନ୍ ଟୁର୍ଣ୍ଣାମେଣ୍ଟ୍‌ରେ ତାମିଲନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ କର୍ଣ୍ଣାଟକ ଟିମ୍ ବିଜୟୀ ହେବା ପରେ ଖେଳାଳିମାନେ ପଡ଼ିଆରେ ବିଜୟ ଉତ୍ସବ ମନାଉଥିଲେ ।

ଏହି ଅବସରରେ ୟସଲାଙ୍କ ଛାତିରେ ଅଚାନକ ଯନ୍ତ୍ରଣା ହୋଇଥିଲା ଏବଂ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଡାକ୍ତରଙ୍କ ଦ୍ୱାର ତତ୍କାଳ ପ୍ରାଥମିକ ଉପଚାର କରାଯାଇଥିଲା । ତେବେ ହୋୟସଲା ଶରୀର ପ୍ରତିକ୍ରିୟା ଶୂନ୍ୟ ହୋଇପଡ଼ିଥିଲା । ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରମାନେ ସ୍ପଷ୍ଟ କରିଥିଲେ । ହୋୟସଲାଙ୍କ ଆକସ୍ମିକ ମୃତ୍ୟୁରେ ଦୁଇ ଟିମ୍‌ର ଖେଳାଳିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା । ଏହି ଖବର ଶୁଣିବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଦୁଃଖବ୍ୟକ୍ତ କରିବା ସହ ହୋୟସଲାଙ୍କ ପରିବାର ପ୍ରତି ସମ୍ବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking