29.1 C
Bhubaneswar
Saturday, July 27, 2024
Homeଖେଳକେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିବେ ଆୟର୍‌-ଈଶାନ୍‌!

କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିବେ ଆୟର୍‌-ଈଶାନ୍‌!

ମୁମ୍ବାଇ: ଟିମ୍ ଇଣ୍ଡିଆ ବାହାରେ ଥିବା ଶ୍ରେୟସ ଆୟର ଓ ଈଶାନ୍ କିଶନ୍ ଘରୋଇ କ୍ରିକେଟ୍ ଖେଳିନାହାନ୍ତି । ବିସିସିଆଇର ଚେନାବତୀ ସତ୍ତ୍ୱେ ଦୁହେଁ ଚଳିତ ରଣଜୀ ଟ୍ରଫି ଖେଳିଲେ ନାହିଁ । ପିଠି ଯନ୍ତ୍ରଣା ଦର୍ଶାଇ ଆୟର୍ ମୁମ୍ବାଇ ରଣଜୀ ଟିମ୍‌ରୁ ଦୂରେଇ ରହିଥିବା ବେଳେ ଏନ୍‌ସିଏ ଏନ୍‌ସିଏ ଖେଳ ବିଜ୍ଞାନ ଓ ଚିକିତ୍ସା ପ୍ରମୁଖ ନୀତୀନ ପଟେଲ୍ କିନ୍ତୁ ଶ୍ରେୟସ୍ ଫିଟ୍ ଥିବା ଚୟନକର୍ତ୍ତାଙ୍କୁ ଇ-ମେଲ୍ ଜରିଆରେ ଜଣାଇଛନ୍ତି ।

ଇଶାନ୍ ମାନସିକ ସ୍ୱାସ୍ଥ୍ୟ କାରଣରୁ ୱେଷ୍ଟଇଣ୍ଡିଜ୍ ଗସ୍ତ ମଝିରୁ ହଟି ଯାଇଥିଲେ । ଉଭୟ ଏବେ ଆଇପିଏଲ୍ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ଏହାକୁ ନେଇ ବିସିସିଆଇ ଶୀର୍ଷ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି । ଫଳରେ ଉଭୟ ନୂଆ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିଆ ସମ୍ଭବନା ସୃଷ୍ଟି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏପରିକି ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି କେନ୍ଦ୍ରୀୟ ଚୁକ୍ତି ତାଲିକା ମଧ୍ୟ ପ୍ରସ୍ତୁତ କରିସାରିଲେଣି । କେବଳ ବିସିସିଆଇ ଏହା ଉପରେ ବିଧିବଦ୍ଧ ମୋହର ଲଗାଇବ । ସୂଚନାଯୋଗ୍ୟ ୨୦୨୨-୨୩ କେନ୍ଦ୍ରୀୟ ଚୁକ୍ତିରେ ଈଶାନ୍‌ଙ୍କୁ ସି’ କାଟାଗୋରିରେ ରଖାଯାଇଥିଲା ବେଳେ ଶ୍ରେୟସ ବି’ କାଟାଗୋରିରେ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking