34.1 C
Bhubaneswar
Friday, March 29, 2024
Homeରିଲିଜିଅନଶବର ପ୍ରେମର ପ୍ରତୀକ, ଶାବର ଶ୍ରୀକ୍ଷେତ୍ର 

ଶବର ପ୍ରେମର ପ୍ରତୀକ, ଶାବର ଶ୍ରୀକ୍ଷେତ୍ର 

ଉତ୍କଳର ଆରାଧ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶବର ପ୍ରେମର ପ୍ରତୀକ ସ୍ଵରୂପ କୋରାପୁଟରେ ଗଢ଼ି ଉଠିଛି ଶ୍ରୀ ଜଗନ୍ନାଥ ମନ୍ଦିର। ‘ଶାବର ଶ୍ରୀକ୍ଷେତ୍ର’ ଭାବରେ ପରିଚିତ ଏହି ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜୀଉଙ୍କ ଆଦିପୂଜକ ସଉରାମାନଙ୍କ ଇଷ୍ଟଦେବ   ମା’ ଭାରତ୍ନମ୍’କ ପୀଠ ରହିଛି । ଶାବର ଶ୍ରୀକ୍ଷେତ୍ରର ଚକବନରେ ଏହି ପୀଠ ରହିଛି ଓ ଏହାକୁ ସ୍ୱତନ୍ତ୍ର ଭାବେ ସଉରା ପରମ୍ପରାରେ ପୂଜା କରାଯାଏ । ବର୍ଷର ଯେକୌଣସି ସମୟରେ ଜଣେ ଭକ୍ତ ଶାବର ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ ଏହି ମନ୍ଦିରର ବିଭିନ୍ନ ବେଶ ପରିକ୍ରମା କରି ଏଠାରେ ଅଧୁଷ୍ଠିତ ଦେବଦେବୀଙ୍କୁ ଦର୍ଶନ କରିବାରେ ସାନ୍ନିଧ୍ୟ ଲାଭ କରେ ।

ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ବେଢ଼ାକୁ ପ୍ରବେଶ ପୂର୍ବରୁ ସଉରାଙ୍କ ଇଷ୍ଟଦେବ ମା ମାତ୍ତରବ୍ନମଙ୍କୁ ଦର୍ଶନ କରି ଭାଗବତ ଘରେ ପହଞ୍ଚିବେ । ଏଠାରୁ ଦ୍ବିତୀୟ ବେଢ଼ା ପାହାଚରେ ଆସିଲେ ପ୍ରଥମେ ଶ୍ରୀଶବରେଶ୍ଵରଙ୍କ ଦର୍ଶନର ସୁଯୋଗ ମିଳେ । ଏହାପରେ ଏହି ବେଢ଼ାରେ ଭକ୍ତମାନେ ଭାରତର ବିଭିନ୍ନ ସ୍ଥାନରୁ ଆଣି ପ୍ରତିଷ୍ଠା କରାଯାଇଥିବା ପ୍ରମୁଖ ଦେବଦେବୀଙ୍କୁ ଦର୍ଶନ କରିପାରିବେ । ଦର୍ଶନ ପରେ ବାଇଶିପାହାଚ ଅତିକ୍ରମ କରି ଗରୁଡ଼ସ୍ତମ୍ଭ ନିକଟରେ ପହଞ୍ଚିବେ । ପାର୍ଶ ମନ୍ଦିର ମାନଙ୍କରେ ଶ୍ରୀ ମହାଜୀଉ, ଶ୍ରୀ ଗଣେଶ, ଶ୍ରୀ ସୂର୍ଯ୍ୟଦେବ, ସଉରାଙ୍କ ଇଷ୍ଟଦେବ ମା’ ମାତ୍ତରବ୍ନମ ଶ୍ରୀ ଲକ୍ଷ୍ମୀ ନୃସିଂହ, ମା’ ବିମଳା, ମା’ ସରସ୍ୱତୀ, ପତର ସଉରୁଣୀ, ମା’  ଲକ୍ଷ୍ମୀ ଓ ନବଗ୍ରହଙ୍କ ଦର୍ଶନ ପରେ ମୁଖ୍ୟ ମନ୍ଦିର ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ସୁଦର୍ଶନଙ୍କୁ ଦିବ୍ୟ ଦର୍ଶନର ସାନିଧ୍ୟ ମିଳିଥାଏ । 

ଆଦିମ ସଂସ୍କୃତି ଅତି ପ୍ରାଚୀନ ଓ ପୁରାତନ । ଏହି ବିଶାଳ ତତ୍ତ୍ବର ଗବେଷଣା ଅସରନ୍ତି ଏବଂ ଏହି ଗବେଷଣାକୁ ଆଗେଇ ନେବା ପାଇଁ ଶାବର ଶ୍ରୀକ୍ଷେତ୍ର ପ୍ରକଳ୍ପ ମଧ୍ୟରେ ୧୯୮୪ ମସିହାରେ ତତ୍କାଳୀନ ରାଜ୍ୟପାଳ ଡ. ବିଶମ୍ବର ନାଥ ପାଣ୍ଡେଙ୍କ କର କମଳରେ ଶୁଭ ଉଦଘାଟନ କରାଯାଇଥିଲା। ଶାବର ସଂସ୍କୃତି ଓ ଗବେଷଣା କେନ୍ଦ୍ର ଟିସିଆର. ସି କୋଳାଯାଇଅଛି ଓ ଏହା ମଧ୍ୟରେ ଜ୍ଞାନ ମନ୍ଦିର ପରିକଳ୍ପନା କରାଯାଇଛି । ଏହି କେନ୍ଦ୍ରର ଅନୁଦାନ ହେଉଛି । ସମ୍ପୂର୍ଣ୍ଣ ହୋଇଥିବା ପରିବର୍ତ୍ତେ କୋରପୁଟ ଜିଲ୍ଲାରରେ ମହାପ୍ରଭୁଙ୍କ ଚେତନା ଏବଂ ଶାବର ଦେବତା ବନବାସୀମାନଙ୍କ ସଂସ୍କୃତି ଓ ଗବେଷଣାକୁ ଆଗେଇ ନେବା ପାଇଁ ଏଠାରେ ଗୋଡ଼ି ଉଠିଛି ଆଦିମ ଜନଜାତି ବା ଆଦିବାସୀ ସଂଗ୍ରହଲୟ । ଭକ୍ତ ଓ ଭଗବାନ ମିଳନ ଶାବର ଶ୍ରୀକ୍ଷେତ୍ର ଦର୍ଶନ କରିବା ପାଇଁ ସାନିଧ୍ୟ ଲାଭ କରିଥାନ୍ତି । ଅଣସର ହେଉ କିମ୍ବା ରଥଯାତ୍ରା ସମୟରେ ହେଉ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । କୋରପୁଟ ଠାରେ ଅବସ୍ଥିତ ଶାବର ଶ୍ରୀକ୍ଷେତ୍ର ପହଞ୍ଚିବା ପାଇଁ ସୀମାନ୍ତରେ ଥିବା ରାଜ୍ୟ ଗୁଡିକ ତଥା ଆନ୍ଦ୍ର ପ୍ରଦେଶ, ଛତିଶଗଡ଼ ରାଜ୍ୟ ରୁ ଓ ଓଡ଼ିଶାଅନ୍ୟାନ୍ୟ ସ୍ଥାନରୁ ଗମନାଗମନ ସୁବିଧା ରହିଛି। କୋରପୁଟ ସହର ମହକୁମାକୁ ପହଞ୍ଚି ଗଲା ପରେ ଯାତ୍ରୀ ରହିବା ପାଇଁ ସୁଲଭ ମୂଲ୍ୟରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଦ୍ୱାରା ନିର୍ମିତ ହୋଇଥିବା ଅତିଥି ଭବନରେ ରହିବା ପାଇଁ ବାଛି ପାରିବେ ରୁମ ପିଛା ୩୦୦ଟଙ୍କା ଠାରୁ ଆରମ୍ଭ କରି ୧୨୦୦ପର୍ଯ୍ୟନ୍ତ ଶୀତ ତାପ ନିୟନ୍ତ୍ରିତ କରିବା ପାଇଁ ଏଠାରେ ସମସ୍ତ ପ୍ରକାର ଉପଲବ୍ଧ । ଅତିଥି ଭବନରେ ରେସ୍ତୋରାଁ ପରିସର ମଧ୍ୟରେ ଯାତ୍ରୀମାନେ ପ୍ରସାଦ କରିବାର ସୁବିଧାମାନ ରହିଥିବା ବେଳେ ମନ୍ଦିର ବେଡ଼ା ପରିସର ମଧ୍ୟରେ କୂପନ ନେଇ ପ୍ରସାଦ ସେବନ କରି ମହାପ୍ରଭୁଙ୍କ କୃପା ଲାଭ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking