37.1 C
Bhubaneswar
Thursday, March 28, 2024
Homeଓଡିଶାଅବହେଳିତ ଅବସ୍ଥାରେ କଣ୍ଟିଲୋ ନୀଳମାଧବ

ଅବହେଳିତ ଅବସ୍ଥାରେ କଣ୍ଟିଲୋ ନୀଳମାଧବ

ନୟାଗଡ : କରୋନା ପାଇଁ ବନ୍ଦ ରହିଥିବା ନୟାଗଡ ନୀଳମାଧବ ମନ୍ଦିର ଦୀର୍ଘ ୯ମାସ ପରେ ଖୋଲିଛି । ଧିରେଧିରେ ମନ୍ଦୀରରେ ଭକ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେପଟେ ମରାମତୀ ଅଭାବରୁ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି ନୀଳମାଧବ ମନ୍ଦୀର । ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ଓ ଗାତ ସୃଷ୍ଟି ହୋଇ ବିପଦପୁର୍ଣ୍ଣ ଅବସ୍ତାରେ ରହିଥିବା ବେଳେ ତୁରନ୍ତ ଏହାର ମରାମତି ସହ ଜଗନ୍ନଥଙ୍କ ଐତିହ୍ୟକୁ ବଚାଂଇ ରଖିବା ପାଇଁ ଦାବୀ ହୋଇଛି । ସେପଟେ ଜିଲ୍ଲାପ୍ରଶାସନ ପକ୍ଷରୁ ମନ୍ଦୀରର ମାପଚୁପ ସହ ଡ୍ରୋନ କ୍ୟାମେରା ମାଧ୍ୟମରେ ଚିତ୍ର ଉତ୍ତୋଳନ କରାଯାଇ ମ୍ୟାପ ପ୍ରସ୍ତୁତ କରାଯାଇଛି । ନିକଟରେ ୫ଟି ସଚିବଙ୍କ କଣ୍ଟିଲୋ ନୀଳମାଧବ ମନ୍ଦୀର ଗ୍ରସ୍ଥ ସଂମ୍ବାବନା ଥିବା ବେଳେ ରାଜ୍ୟ ସରକାର ପୁରୀ ଭଳି ନୀଳମାଧବ ମନ୍ଦୀରର ବିକାଶ ପାଇ ଖୁବଶିଘ୍ର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।

ଦୀର୍ଘ ୯ମାସ ପରେ ଖୋଲିଛି ମନ୍ଦୀର । କୋଭିଡ ନିୟମପାଳନ ସହ ନୀଳମାଧବଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ମିଳିଛି ଅନୁମତି । ହେଲେ ଅବହେଳିତ ଅବସ୍ଥାରେ ଗତି କରୁଛି ନୟାଗଡ କଣ୍ଟିଲୋ ନୀଳମାଧବ ମନ୍ଦୀର । ବ୍ରହ୍ମାଦ୍ରୀ ପାହାଡ ଉପରେ ଅବସ୍ଥିତ ଏହି ମନ୍ଦିର କୋଟି କୋଟି ଓଡିଅ।ଙ୍କ ଅ।ରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଅ।ଦ୍ୟ ପୀଠ ରୁପେ ପରିଚିତ । ନୀଳମାଧବଙ୍କ ମୁଖ୍ୟ ମନ୍ଦିର ସମେତ ୩୦ଟି ପାଶ୍ଵ ଦେବାଦେବୀଙ୍କ ମନ୍ଦିର ରହିଛି । ରକ୍ଷଣା ବେକ୍ଷଣ ଅଭାବରୁ ଏସବୁ ମନ୍ଦିରଗୁଡିକ ଏବେ ଜରାଜିନ୍ନ ଅବସ୍ତାରେ ପଡିରହିଛି । ଫଳରେ ମନ୍ଦିର ଚତ୍ତୁପାଶ୍ଵରେ ନିର୍ମିତ ହୋଇଥିବା ୯୯ଟି ଦେବାଦେବୀଙ୍କ ମୁର୍ତ୍ତି ଭଗ୍ନ ଅବସ୍ତାରେ ପଡିରହିଛି । ସେପଟେ ମନ୍ଦିରର ଉତ୍ତରଦ୍ଵାରରେ ଥିବା ମେଘନାଦ ପାଚେରି ଫାଟିବା ସହ ଦବିବାକୁ ବସିଥିବାରୁ ମନ୍ଦୀର ପ୍ରତି ବିପଦ ମାଡିଅ।ସୁଥିବା ଅଶଂଙ୍କା ପ୍ରକାଶପାଇଛି । ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶପାଇଛି । ଜଗନ୍ନାଥ ସଂସ୍କୁତି ଓ ପରମ୍ପରାକୁ ବଚାଂଇ ରଖିବା ପାଇଁ ନୀଳମାଧବ ମନ୍ଦିରର ପୁର୍ଣ୍ଣରଉଦ୍ଧାର ପାଇଁ ପଯ୍ୟଟକ ମାନେ ଦାବୀ କରିଛନ୍ତି ।  

ନୀଳମାଧବ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟୀତ୍ଵ ଏଏସଅ।ଇ ବିଭାଗ ହାତରେ ଥିବା ବେଳେ ମନ୍ଦିରର ପରିଚାଳନା ଦାୟୀତ୍ଵ ରହିଛି ଦେବୋତ୍ତର ବିଭାଗ ଅଧିନରେ । ହେଲେ ରକ୍ଷଣ ବେକ୍ଷଣ ଅଭାବରୁ ଦିନକୁ ଦିନ ମନ୍ଦିରର ବିଭିନ୍ନ ଅଂଶ ଭଗ୍ନ ଅବସ୍ଥାକୁ ଅ।ସିଥିବା ବେଳେ ଏଥିପ୍ରତି କୌଣସି ଉନ୍ନତି ମୁଳକ ପଦକ୍ଷେପ ନିଅ।ଯାଇ ନାହିଁ । ଫଳରେ ମନ୍ଦିରର ମେଘନାଦ ପାଚେରି, ଦେବସ୍ନାନ ମଣ୍ଡପ ଓ ନୀଳମାଧବଙ୍କ ମୁଖ୍ୟ ମନ୍ଦିରର ଦଧିନଉତିରେ ଫାଟ ସୃଷ୍ଟି ହୋଇଛି । ଯାହା ଏବେ ମନ୍ଦିର ପ୍ରତି ବିପଦ ସ୍ରୁଷ୍ଟି କରିଛି । ସେପଟେ ପୈାରାଣିକ ଓ ଏୈତିହାସିକ କୀତ୍ତିରାଜିକୁ ବଚାଂଇ ରଖିବା ପାଇଁ ରାଜ୍ୟ ସରକାର, ବିଭିନ୍ନ ମନ୍ଦିରର ବିକାସ ପାଇଁ ଉନ୍ନତି ମୁଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ ଜିଲ୍ଲାପାଳ ଓ ପଯ୍ୟଟନ ବିଭାଗର ଅଧିକାରୀ ନୀଳମାଧବ ମନ୍ଦୀରକୁ ଯାଇ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମନ୍ଦିର ସ୍ଥିତି ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରା ମାଧ୍ୟମରେ ଚିତ୍ର ଉତ୍ତୋଳନ କରାଯାଇ ମ୍ୟାପ ପ୍ରସ୍ତୁତ କରାଯାଇଛି । ନିକଟରେ ୫ଟି ସଚିବଙ୍କ ନୀଳମାଧବ ମନ୍ଦୀର ଗ୍ରସ୍ଥ ସମ୍ଭାବନା ରହିଛି । ପୁରୀ ଓ ଲିଙ୍ଗରାଜ ମନ୍ଦିର ଭଳି କଣ୍ଟିଲୋର ନୀଳମାଧବ ମନ୍ଦିରର ବିକାଶ ଦିଗରେ ରାଜ୍ୟ ସରକାର ବଡ ପଦକ୍ଷେପ ଘୋଷଣା କରିବାର ଅ।ଶା ରଖିଛନ୍ତି ମନ୍ଦିର ପ୍ରଶାସନ ଓ ପୁଜକ ସମାଜ । ରାଜ୍ୟ ସରକାର ବିଭିନ୍ନ ମନ୍ଦିରର ବିକାଶ ଦିଗରେ ତତ୍ପରତା ଦେଖାଇ ଥିବାବେଳେ ହଠାତ ଏବେ ନୟାଗଡ ଜିଲ୍ଲା ପ୍ରଶାସନ ନୀଳମାଧବ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ମନ୍ଦିରର ବିକାଶ ନେଇ ଅ।ଶା ସଂଚାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking