33.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗପୋଖରୀରେ ବୁଡି ତିନି ବର୍ଷର ଶିଶୁ ମୃତ

ପୋଖରୀରେ ବୁଡି ତିନି ବର୍ଷର ଶିଶୁ ମୃତ

ତେଲକୋଇ : ପୋଖରୀରେ ବୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ । ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ରେଙ୍ଗାଳବଡା ମୁଣ୍ଡା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟାରେ ମକୁରୁ ମୂଣ୍ଢାଙ୍କ ତିନି ବର୍ଷର ଶିଶୁପୁତ୍ର ପ୍ରିନ୍ସ ଖେଳିବାକୁ ଯାଇ ଆଉ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିପାଇ ନଥିଲେ । ରାତି ପ୍ରାୟ ୮ ଟା ବେଳକୁ ଘରପାଖ ପୋଖରୀ କୁ କିଛି ଲୋକ ଧୋଆଧୋଇ ହେବା ପାଇଁ ପାଇଁ ଯାଇଥିବା ବେଳେ ବୁଡିଯାଇଥିବା ଶିଶୁର ମୃତ ଦେହ ଲୋକଙ୍କ ଗୋଡରେ ବାଜଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ଏବଂ ଶିଶୁକୁ ଉଦ୍ଧାର କରି ରାତି ୧୦ଟା ବେଳକୁ ତେଲକୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking