29.1 C
Bhubaneswar
Saturday, May 11, 2024
Homeବ୍ରେକୀଙ୍ଗନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାରର ଏକ ବର୍ଷ ପୂର୍ତ୍ତି ରେ କଳାଦିବସ ଓ ପ୍ରତିବାଦ...

ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାରର ଏକ ବର୍ଷ ପୂର୍ତ୍ତି ରେ କଳାଦିବସ ଓ ପ୍ରତିବାଦ ସଭା -ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ 

ଯାଜପୁର -ଆଜି ତା 08.01.2021 ରିଖ କେନ୍ଦ୍ର ସରକାର ଗତ ଜାନୁୟାରୀ 8ରେ 22ଗୋଟି ରାଷ୍ଟ୍ରାୟତ ଉଦ୍ୟୋଗ କୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ରେ ନୀଳାଚଳ ଇସ୍ପାତ ନିଗମ କୁ ସରକାର ନେଇଥିବା ନିଷ୍ପତି କୁ ଆଜି ଏକ ବର୍ଷ ପୂର୍ତ୍ତି କୁ ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ଓ ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ  ନୀଳାଚଳ ଫାଟକ ସମ୍ମୁଖରେ କଳାଦିବସ ଓ ପ୍ରତିବାଦ ସଭା ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି । ମୃତ୍ୟୁ ବରଣ କରିଥିବା ଶ୍ରମିକ କର୍ମଚାରୀ ମାନଙ୍କ ନିମନ୍ତେ 2 ମିନିଟ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପ୍ରତିବାଦ ସଭା ରେ ଆଇ ଏନ ଟି ୟୁ ସି ରାଜ୍ୟ ସଭାପତି ଡ଼ଃ ରାମଚନ୍ଦ୍ର ଖୁଣ୍ଟିଆ ବକ୍ତବ୍ୟ ରେ କହିଲେ କି ଗତ ଜାନୁୟାରୀ 8 ରେ କେନ୍ଦ୍ର ସରକାର ଏକ ତରଫା ଭାବେ କ୍ୟାବିନେଟ ରେ ଅନୁମୋଦନ କରି ନୀଳାଚଳ କାରଖାନା କୁ ଘରୋଇକରଣ କରିବା ଯାହା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର କାରଖାନା କୁ ଅଣ ଦେଖା କରି ବନ୍ଦ ରଖିବା ଯୋଗୁଁ ଆଜକୁ 10 ମାସ ଧରି କର୍ମଚାରୀ ମାନଙ୍କୁ ଦରମା ପ୍ରଦାନ ନ କରିବା ଫଳରେ କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇ ଆତ୍ମହତ୍ୟା କରୁଥିବା ବେଳେ ଅନେକ କର୍ମଚାରୀ ଔଷଧ ଓ ଅନାହାର ଜନିତ ମୃତ୍ୟୁ ବରଣ କରୁ ଥିବାରୁ ଏହାକୁ ଦୃଢ଼ ନିନ୍ଦା କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାର ନୀଳାଚଳ କୁ ତୁରନ୍ତ ଚାଲୁ ନ କଲେ ଏ ଆନ୍ଦୋଳନ କୁ ରାଜ୍ୟ ସ୍ତରରେ କରାଯିବ ବୋଲି ଶ୍ରୀ ଖୁଣ୍ଟିଆ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଏ ଆଇ ଟି ୟୁ ସି ର ରାଜ୍ୟ ସମ୍ପାଦକ ଏନ. ନାରାୟଣ ରେଡ୍ଡୀ, ଏଚ ଏମ ଏସ ର ରାଜ୍ୟ ସମ୍ପାଦକ ବୀରେନ୍ଦ୍ର ପ୍ରସାଦ ଦାସ, ଏ ଆଇ ସି ସି ଟି ୟୁ ରାଜ୍ୟ  ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡା, ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଏ ଆଇ ୟୁ ଟି ୟୁ ସି ର ଜିଲ୍ଲା ସଭାପତି ସୁରେଶ ପ୍ରଧାନ, ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ର ଆବାହକ ରଞ୍ଜନ କୁମାର ନାୟକ, ନୀଳାଚଳ ବାସଚ୍ୟୁତ କମିଟି ର ସମ୍ପାଦକ ବାବୁଲି ପୂର୍ତ୍ତି, ଗୋବରଘାଟି ସରପଞ୍ଚ ସ୍ଵର୍ଣ୍ଣଲତା ବାନରା, ଆଇ ଏନ ଟି ୟୁ ସି ର  ପରମାନନ୍ଦ ସେଠୀ, ସୁଧାନିଧି ମହାପାତ୍ର, ରାଜ କିଶୋର ମହାନ୍ତ, ହୃଦାନନ୍ଦ ସାମଲ, ମହୀରାମ ପୂର୍ତ୍ତି, ଝରଣା ମହାନ୍ତ, ପଦ୍ମନାଭ ସ୍ୱାଇଁ,ନାରାୟଣ ଚନ୍ଦ୍ର ନାୟକ, ଜଗବନ୍ଧୁ ନାୟକ, ଦେବେନ୍ଦ୍ର ନାଥ ଦାସ, ଅନିଲ ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ କହିଲେ କି କେନ୍ଦ୍ର ସରକାର ଯେଉଁ କଳା ଆଇନ ଆଣିଲେ ଏହା ଶ୍ରମିକ ଓ କର୍ମଚାରୀ ବିରୋଧୀ ଏହାକୁ କଳାଦିବସ ପାଳନ କରାଯିବ ଏବଂ ଆସନ୍ତା 26ତାରିଖ ମଧ୍ୟରେ  କାରଖାନା କତୃପକ୍ଷ ତୁରନ୍ତ ନୀଳାଚଳ ଚାଲୁ କରିବା, କର୍ମଚାରୀ ମାନଙ୍କ ଦରମା ଦେବା ସହିତ  କେନ୍ଦ୍ର ସରକାର ଘରୋଇକରଣ ନିଷ୍ପତି ରୁ ନିବୃତ ନ ରହିଲେ ଏ ଆନ୍ଦୋଳନ କୁ ରାଜ୍ୟସ୍ତରୀୟ କରାଯିବ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking