42.1 C
Bhubaneswar
Saturday, April 27, 2024
Homeଅପରାଧଲୁଟ ପାଇଁ ଘରେ ପଶିଥିଲା ରୂପେଶ

ଲୁଟ ପାଇଁ ଘରେ ପଶିଥିଲା ରୂପେଶ

ଭୁବନେଶ୍ୱର: ଭୁବନେଶ୍ୱରରେ ଘରେ ପଶି ମା, ଝିଅଙ୍କୁ ଛୁରା ମାଡ ଘଟଣାରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଲୁଟ ପାଇଁ ଘରେ ପଶି ମା, ଝିଅଙ୍କୁ ରୂପେଶ ଆକ୍ରମଣ କରିଥିଲା ବୋଲି ଜଣାପଡିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ପ୍ରଦାନ କରିଛନ୍ତି । ପଡୋଶୀ ଘରୁ ଲୁଟ ପାଇଁ ରୂପେଶ ଯୋଜନା କରିଥିଲା । ସମାନ ସଂସ୍ଥାରେ କାମ କରୁଥିବା ବନ୍ଧୁ ସଂଜୟ ପଣ୍ଡା ସହ ସେ ଏହି ପ୍ଲାନ କରିଥିଲା ।
ଘଟଣାର ମାସେ ପୂର୍ବରୁ ୨ ଅଭିଯୁକ୍ତ ଲୁଟ ପ୍ଲାନ କରିଥିଲେ । ୩ ନମ୍ବର ମାର୍କେଟରୁ ଛୁରୀ, ଖେଳନା ବନ୍ଧୁକ, ଝିଅ ଡ୍ରେସ କିଣିଥିଲେ । ୧ ତାରିଖ ସକାଳେ ଗୋଟିଏ ଜାଗାକୁ ଯାଇ ଝିଅ ଡ୍ରେସ ପିନ୍ଧିଥିଲା । ସେଠାରୁ ଏକ ଅଟୋ ଯୋଗେ ପଡୋଶୀ ମହିଳାଙ୍କ ଘରକୁ ଆସିଥିଲା । ଘରେ ପଶି ହଠାତ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା ରୂପେଶ । ମହିଳାଙ୍କ ପାଟି ଶୁଣି ତାଙ୍କ ମା ବି ପହଂଚିଥିଲେ । ପ୍ରତିରୋଧ କରିଥିଲେ । ଉଭୟଙ୍କ ସାହସିକ ପଦକ୍ଷେପ ଯୋଗୁଁ ଲୁଟ ଯୋଜନା ଫସର ଫାଟିଥିଲା । ଉଭୟ ମା ଓ ଝିଅଙ୍କୁ କମିଶନରେଟ ପୋଲିସ ପକ୍ଷରୁ ପ୍ରଂଶସାପତ୍ର ଦିଆଯିବ । ଘଟଣାର ତଦନ୍ତ କରି ଉଭୟ ରୂପେଶ ଓ ସଂଜୟଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking