31.1 C
Bhubaneswar
Friday, March 29, 2024
Homeଓଡିଶାମା’-ଝିଅ କୁ ଛୁରା ମାଡ଼ ଘଟଣା; ଅଭିଯୁକ୍ତ ରୂପେଶ ସହ ଦୁଇ ଗିରଫ

ମା’-ଝିଅ କୁ ଛୁରା ମାଡ଼ ଘଟଣା; ଅଭିଯୁକ୍ତ ରୂପେଶ ସହ ଦୁଇ ଗିରଫ

ଭୁବନେଶ୍ୱର : ଶୈଳଶ୍ରୀ ବିହାର ଘର ଭିତରେ ପଶି ମା’-ଝିଅ କୁ ଛୁରା ମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ରୂପେଶ ସହ ଦୁଇ ଗିରଫ । ଆଜି ଉଭୟଙ୍କୁ ହୋଇପାରେ କୋର୍ଟ ଚାଲାଣ । ରୂପେଶକୁ ସହଯୋଗ କରୁଥିବା ଅଭିଯୋଗରେ ଅନ୍ୟ ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିବ ପୋଲିସ ।
ତେବେ ରୂପେଶ କାହିଁକି ମା ଝିଅକୁ ଛୁରା ମାଡ଼ କଲେ ସେ ନେଇ ପୋଲିସ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିବ । ସୋମବାର ପୂର୍ବାହ୍ନରେ ମହିଳାଙ୍କ ଘରେ କେହି ନଥିବାବେଳେ କେବଳ ମା-ଝିଅ ଥିଲେ । ଏହି ସମୟରେ ପଡୋଶୀ ଯୁବକ ମହିଳାଙ୍କ ଡ୍ରେସ ପିନ୍ଧି ତାଙ୍କ ଘରକୁ ଆସିଥିଲେ । କେହି କିଛି ବୁଝିବା ଆଗରେ ମା’-ଝିଅଙ୍କୁ ଆକ୍ରମଣ କରିଥିଲେ ।

ପରେ ଛୁରା ମାଡ କରିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ୩ଜଣ ଯାକ ଆହତ ହୋଇଥିଲେ । ଖବରପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଁଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking