ନୂଆଦିଲ୍ଲୀ: ହେରୋଇନ ବା ଧଳା ଜହର ଚୋରା ଚାଲାଣରେ ସାମିଲ ଥିବା ଗୋଟିଏ ବଡ଼ ରାକେଟର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୋଲିସ । ଏହି ଘଟଣାରେ ୪ ଜଣ ଗିରଫ ହେବା ସହ ୧୨ କେଜିର ହେରୋଇନ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୮ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ।
ମଣିପୁରରୁ ଟ୍ରକ୍ ଯୋଗେ ଏହି ଧଳା ଜହର ଦିଲ୍ଲୀ ଆସୁଥିଲା । କିନ୍ତୁ ଟ୍ରକ୍ର ଏମିତି ଏକ ସ୍ଥାନରେ ଏଗୁଡ଼ିକୁ ରଖା ଯାଇଥିଲା ଯେ ତା’କୁ ଦେଖି ପୋଲିସ ମଧ୍ୟ ଛାନିଆ ହୋଇଯାଇଛି । ତେବେ ଟ୍ରକ୍ର ତଳପଟେ ହେରୋଇନ ଚୋରା ଚାଲାଣ ପାଇଁ ସ୍ୱତନ୍ତ୍ର ଓ ଗୁପ୍ତ ଭାବେ ଗୋଟିଏ ଥାକ ତିଆରି କରାଯାଇଥିଲା । ଏହା ମଧ୍ୟରେ ହିଁ ହେରୋଇନ ମଣିପୁରରୁ ଦିଲ୍ଲୀ ଆସୁଥିବାବେଳେ ସ୍ପେଶାଲ ସେଲ ପୁଲିସ୍ ଠାବ କରିଛି ।