31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶ୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି; ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ମାରିଲା ପୋଲିସ

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି; ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ମାରିଲା ପୋଲିସ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ନେଇ ଦିଲ୍ଲୀରୁ କାଶ୍ମୀର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିଲ୍ଲୀ ଲାଲ କିଲ୍ଲା ନିକଟରେ ମାତ୍ରାଧିକ ସଂଖ୍ୟାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଖାସ କଥା ହେଲା ଯେ, ଦିଲ୍ଲୀ ପୋଲିସ ଲାଲ କିଲ୍ଲା ନିକଟରେ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଛି । ଯେଉଁଥିରେ ତାଙ୍କର ନାମ, ଠିକଣା ବି ଲେଖାଯାଇଛି । ଏହାସହିତ ଦିଲ୍ଲୀ ପୁଲିସ ଅପିଲ କରିଛି ଯେ, ଏମାନଙ୍କୁ ଦେଖିବା ମାତ୍ରେ ତୁରନ୍ତ ସୂଚନା ଦେବେ । ପୋଲିସ ଆହୁରି ବି କହିଛି ଏ ସମସ୍ତ ଆତଙ୍କବାଦୀ ଆଲକାଏଦା ସହ ସଂପୃକ୍ତ ଓ ତାଙ୍କର ଉଦ୍ଦେଶ୍ୟ ଭାରତରେ ଆତଙ୍କୀ କାର୍ଯ୍ୟକଳାପକୁ ସଫଳ କରାଇବା । ସ୍ୱତନ୍ତ୍ରତା ଦିବସ ଅବସରରେ ଏମାନେ କେବଳ ଦିଲ୍ଲୀ ନୁହେଁ, ବରଂ ସାରା ଦେଶରେ ଆତଙ୍କୀ ହାମଲା କରି ଅଶାନ୍ତି ପ୍ରଚାର କରିବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking