29.1 C
Bhubaneswar
Friday, April 26, 2024
Homeଓଡିଶାଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ୮ ବର୍ଷର ଓଡିଆ ପୁଅ ଆହାନ୍‌

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ୮ ବର୍ଷର ଓଡିଆ ପୁଅ ଆହାନ୍‌

ଭୁବନେଶ୍ୱର : ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସମ୍ବଲପୁରର କୁନି ଲେଖକ ଆହାନ୍‌ । ନିଜର ଉଚ୍ଚ଼କୋଟୀର ଲେଖା ପାଇଁ ମାତ୍ର ୮ ବର୍ଷ ବୟସରେ ସେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସେ ସ୍ଥାନ ପାଇଛନ୍ତି । ଇଂରାଜୀ ଭାଷାରେ ସେ ଲେଖିଥିବା ୱେନ ୟୁ ଟ୍ରାଏ, ୟୁ କେନ୍‌ ଫ୍ଲାଏ ତାଙ୍କୁ ସଫଳତା ଆଣି ଦେଇଛି । ଲକଡାଉନ ସମୟରେ ସମୟର ସଦୁପଯୋଗ କରି ଗଳ୍ପ ସଂକଳନ ଲେଖି ପ୍ରଶଂସା ସାଉଁଟିଛନ୍ତି ଆହାନ । ତାଙ୍କର ସୁନ୍ଦର ଲେଖା ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି ।

ତାଙ୍କ ପୁସ୍ତକ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ତାଙ୍କୁ ମାନପତ୍ର, ପଦକ, ବ୍ୟାଚ୍‌ ଇତ୍ୟାଦି ମିଳିଛି । ଚତୁର୍ଥ ଶ୍ରେଣୀରେ ପଢୁଥିବା ଆହାନଙ୍କ ସଫଳତା ପାଇଁ ପୂରା ପରିବାର ବେଶ ଖୁସି ଅଛନ୍ତି । ଆହାନଙ୍କ ପିତା ଦେବାନନ୍ଦ ସାହୁ ଭୁବନେଶ୍ୱର ଟାଟା କନସଲଟେନ୍ସି ସର୍ଭିସରେ କାମ କରୁଥିବାବେଳେ ମା’ ପ୍ରଜ୍ଞା ପ୍ରଟ୍ଟନାୟକ ଜଣେ ଲେଖିକା । ମା’ଙ୍କ ଠାରୁ ପ୍ରେରଣା ପାଇ ସେ ଏହି ସୁନ୍ଦର ଗଳ୍ପ ସଂକଳନ ଲେଖିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking