36.1 C
Bhubaneswar
Thursday, May 2, 2024
Homeକରୋନା ଓଡିଶାଗଡ଼ିଲା ‘ସଞ୍ଜୀବନୀ ରଥ’: ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ଗଡ଼ିଲା ‘ସଞ୍ଜୀବନୀ ରଥ’: ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ରାଉରକେଲା : ରାଉରକେଲାରେ କୋଭିଡ୍ ଟିକାଦାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ଯେଉଁ ବ୍ୟକ୍ତିମାନେ ଶଯ୍ୟାଶାୟୀ ଅଛନ୍ତି କିମ୍ବା ଭିନ୍ନକ୍ଷମ ତଥା ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କୁ ଘରେ ଟିକା ଦିଆଯିବ । ଏଥିପାଇଁ ମଙ୍ଗଳବାର ‘ସଞ୍ଜୀବନୀ ରଥ’ର ଶୁଭାରମ୍ଭ କରାଯାଇଛି । ଆରଜିଏଚ୍ ପରିସରରେ ଏହି ରଥକୁ ସ୍ଥାନୀୟ ବିଧାୟକ ତଥା ସୁନ୍ଦରଗଡ଼ ଜିଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଶୁଭାରମ୍ଭ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ ଏବଂ ଆରଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ‘କୋଭିଡ୍ କ୍ଷେତ୍ରରେ ସଞ୍ଜୀବନୀ ରଥ ଗୋଟିଏ ମାଇଲ ଷ୍ଟୋନ ବୋଲି କହିଲେ ଭୁଲ୍ ହେବ ନାହିଁ । ଏଥିପାଇଁ ଜିଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମକୁ ବିଧାୟକ ଶ୍ରୀ ଧନ୍ୟବାଦ ଜଣାଇଥିଲେ । ଏହି ପଦକ୍ଷେପ ଏବେ ସହରର ଶଯ୍ୟାଶାୟୀ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପାଇଁ ବିଶେଷ ସହାୟକ ହେବ’, ବୋଲି ସେ କହିଥିଲେ । କୋଭିଡ୍ ନିୟନ୍ତ୍ରଣ ପାଇଁ ଏକ ବଡ଼ ପଦକ୍ଷେପ ହେଉଛି ଟିକାକରଣ । ତେଣୁ ଯେଉଁ ବ୍ୟକ୍ତିମାନେ ଶାରୀରିକ ସମସ୍ୟା ପାଇଁ ଟିକାଦାନ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ପହଞ୍ଚି ଟିକା ଦେବା ଲାଗି ପ୍ରଶାସନ ଏହି ବ୍ୟବସ୍ଥା କରିଛି । ଲୋକଙ୍କ ଆବଶ୍ୟକତା ଅନୁଯାୟୀ ତଥା ଆଗକୁ ଯେତିକି ଯେତିକି ଟିକା ଆସୁଥିବ ସେହି ଅନୁଯାୟୀ ଏହି କାର‌୍ୟ୍ୟକ୍ରମ ଜାରି ରହିବ’ ବୋଲି କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା । ‘‘ଗତ ବର୍ଷ ସଞ୍ଜୀବନୀ ରଥ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଇଥିଲା । ଏବର୍ଷ ଟିକାକରଣ ବେଳେ ଯେଉଁ ବରିଷ୍ଠ ନାଗରିକମାନେ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ପହଞ୍ଚି ଟିକା ଦେବାର ବ୍ୟବସ୍ଥା କରାଯିବ । ଦିବ୍ୟାଙ୍ଗମାନେ ମଧ୍ୟ ଏହି ସୁବିଧା ପାଇ ପାରିବେ’ ବୋଲି ରାଉରକେଲା ଅତିରିକ୍ତ ଜିଲାପାଳ ଆବୋଲି ସୁନିଲ ନରୱଣେ କହିଛନ୍ତି । ‘ସଞ୍ଜୀବନୀ ରଥ’ ଘରକୁ ଘର ବୁଲି ଟିକାଦାନ କରିବ । ଏଥିରେ ଜଣେ ଫାର୍ମାସିଷ୍ଟ ଏବଂ ଜଣେ ଏନଏମ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି । କୋଭିଡର ପ୍ରଥମ ଲହରୀ ବେଳେ ମଧ୍ୟ ରାଉରକେଲାରେ ସଞ୍ଜୀବନୀ ରଥ ଗଡ଼ିଥିଲା । ସେତେବେଳେ ୫ ହଜାରରୁ ଅଧିକ ହିତାଧିକାରୀଙ୍କୁ ବିଭିନ୍ନ ସେବା ପହଞ୍ଚାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking