43.9 C
Bhubaneswar
Friday, April 19, 2024
Homeଅପରାଧଘରୁ ଉଦ୍ଧାର ହେଲା ମାଆ-ଝିଅର ମୃତଦେହ

ଘରୁ ଉଦ୍ଧାର ହେଲା ମାଆ-ଝିଅର ମୃତଦେହ

ଭୁବନେଶ୍ୱର : ଖୋର୍ଦ୍ଧା ଟାଉନ ଥାନା ପାଟପୁରରେ ଚାଞ୍ଚଲ୍ୟ । ଏଠାରେ ଘଟିଯାଇଛି ଏକ ରୋମଟାଙ୍କୁରା ଦୃଶ୍ୟ । ଏଠାରେ ଏକ ଘରୁ ଉଦ୍ଧାର ହୋଇଛି ମାଆ ଓ ୬ ବର୍ଷ ଝିଅର ମୃତଦେହ । ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ହତ୍ୟା କରାଯାଇଛି । ଏ ସମ୍ପର୍କରେ ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି ମହିଳାଙ୍କ ବାପା । ତେବେ ପୁଲିସ ଗଣମାଧ୍ୟମ ଆଗରେ କିଛି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ମୃତଦେହର ବ୍ୟବଚ୍ଛେଦ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି । ସୂଚନା ଅନୁଯାୟୀ, ପାଟପୁର ଗାଁ’ର ଶିବ ପ୍ରସାଦ ପତି ପୁରୀ ଜିଲ୍ଲା ସୁବଳ ଗାଁର ରାଜଶ୍ରୀଙ୍କୁ ୨୦୧୨ରେ ବାହା ହୋଇଥିଲେ । ତେବେ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା ବୋଲି ରାଜଶ୍ରୀଙ୍କ ପରିବାର କହିଛନ୍ତି । ଆଜି ଝିଅର ମୃତ୍ୟୁ ଖବର ପାଇବା ପରେ ବାପଘର ଲୋକ ପାଟପୁର ଆସିଛନ୍ତି । ରାଜଶ୍ରୀଙ୍କ ମାଆ କହିଛନ୍ତି ଯେ ଆଜି ସକାଳ ଝିଅ ସହିତ କଥା ହୋଇଥିଲେ । ତେବେ ହଠାତ କେମିତି ମୃତ୍ୟୁ ହେଲା ବୋଲି ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଝିଅର ବାପଘର ଲୋକ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking