39.1 C
Bhubaneswar
Friday, April 26, 2024
Homeଓଡିଶାନୂଆ ଚାକିରିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ଜୀବନ

ନୂଆ ଚାକିରିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ଜୀବନ

ଭଦ୍ରକ : ନୂଆ ଚାକିରିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ଜୀବନ । ଘଟଣାଟି ଘଟିଛି, ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ । ଭଦ୍ରକରେ ପହଞ୍ଚିବା ପରେ ସେଠାରୁ ଢେଙ୍କାନାଳ ଯାଇଥା’ନ୍ତେ ଓ ଚାକିରିରେ ଯୋଗ ଦେଇଥା’ନ୍ତେ। ହେଲେ ସେ ଭଦ୍ରକ ଯାଏ ପହଞ୍ଚି ପାରିଲେ ନାହିଁ। ବାଟରେ ପିଟି ଦେଲା ହାଇୱା। ଆଉ ଘଟଣାସ୍ଥଳରେ ଚାଲିଗଲା ତାଙ୍କ ଜୀବନ। ମୃତ ଯୁବକଙ୍କ ନାଁ ରାଜେନ୍ଦ୍ର କୁମାର ସାହୁ (୨୩)। ତାଙ୍କ ଘର ଭଦ୍ରକ ବ୍ଲକ୍ ଅନ୍ତର୍ଗତ ନୂଆଶାସନ ଅଞ୍ଚଳରେ। ଏହି ଦୁର୍ଘଟଣାରେ ନିରଞ୍ଜନ ତ୍ରିପାଠୀ ନାମକ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଘର ନୂଆଶାସନ ଅଞ୍ଚଳରେ।
ସୂଚନା ଅନୁଯାୟୀ, ଆଜି ସକାଳେ ଦୁହେଁ ଏକ ବାଇକ୍ ଯୋଗେ ଭଦ୍ରକ ଅଭିମୁଖେ ଆସୁଥିଲେ। ତେବେ ପ୍ରାୟ ସାଢ଼େ ୬ଟା ବେଳେ ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ ଏକ ହାଇୱା ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ରାଜେନ୍ଦ୍ରଙ୍କର ସେଠାରେ ମୃତ୍ୟୁ ଘଟିଥିବା ବେଳେ ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟ୍ରମାକେୟାରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking